Cricket

ଆସେସ ସିରିଜ ୨୦୨୩: ମ୍ୟାଚରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଲେ ଓଲି ରୋବିନସନ୍

ବର୍ମିଂହାମ: ବର୍ମିଂହାମରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ସିରିଜ ୨୦୨୩ର ପ୍ରଥମ ମ୍ୟାଚ୍ ଖେଳାଯାଇଥଲା । ଏହି ମ୍ୟାଚରେ ଇଂଲଣ୍ଡ ୩୯୩ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଥିଲା । ଏହାପରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୮୬ ରନ୍ କରିଥିଲା । ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ ହରାଇ ୨୮ ରନ୍ କରିଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ ଅଧାରେ ବନ୍ଦ ହୋଇଥିଲା । ଏହି ସମୟରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ବୋଲର ଓଲି ରୋବିନ୍ସନ୍ ଖେଳ ପଡିଆରେ ଅଲଗା ଅଲଗା ଜୋତା ପିନ୍ଧିଥିବା ନଜର ଆସିଥିଲେ ।

ରୋବିନ୍ସନ୍ ମଇଦାନରେ ରହିଥିବା ବେଳେ ପାଦରେ ଅଲଗା ଅଲଗା ଜୋତା ପିନ୍ଧିଥିଲେ । ସେ ଗୋଟେ ଗୋଡରେ ହ୍ବାଇଟ ସହିତ ବ୍ଲାକ କମ୍ବିନେସନର ଜୋତା ପିନ୍ଧିଥିବା ବେଳେ ଅନ୍ୟ ପାଦରେ ନିୟନ ଏବଂ ହ୍ବାଇଟ କଲର ଜୋତା ପିନ୍ଧିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ରୋବିନ୍ସନ୍ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ବାଜାଙ୍କୁ ଆଉଟ୍ କରିଥିଲେ । ଖ୍ବାଜା ୧୪୧ ରନ କରି ଆଉଟ୍ ହୋଇଥିଲେ । ସେ ୩୨୧ ବଲ ସାମ୍ନା କରି ୧୪ଟି ଚଉକା ଏବଂ ୩ଟି ଛକା ମାରିଥିଲେ ।

Related posts

ଆସନ୍ତା କାଲି କ୍ୱାଲିଫାୟର -୨ରେ ମୁମ୍ବାଇ କୁ ଭେଟିବ ଗୁଜରାଟ

Odisha Sports Bureau

ସର୍ଫରାଜ ଅହମ୍ମଦଙ୍କୁ କାହିଁକି ଅବସର ନେବାକୁ ବାଧ୍ୟ କରାଗଲା? ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ପଦକ୍ଷେପ ନେଇଛି।

Odisha Sports Bureau

ଟେଷ୍ଟକୁ ବାଏ ବାଏ କରିବେ ନବୀ

Odisha Sports Bureau