Cricket

ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ପୂର୍ବରୁ ଜିମରେ ଝାଳ ବୁହାଉଛନ୍ତି କୋହଲି

WTC ଫାଇନାଲ ହାରିବାପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଖେଳିବ । ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ଟିମ ଇଣ୍ଡିଆର ୨ଟି ଟେଷ୍ଟ,୩ଟି ଦିନିକିଆ ଏବଂ ୫ଟି T-୨୦ ମ୍ୟାଚ ଖେଳିବ । ତେବେ ଏ ସିରିଜକୁ ନେଇ ଖେଳାଳିମାନଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ବିରାଟ ଜିମରେ ଖୁବ ୱାର୍କଆଉଟ କରୁଛନ୍ତି । ଭିଡିଓ ଭାଇରାଲ ହେବାପରେ ଫ୍ୟାନମାନେ ତାଙ୍କୁ ଖୁବ ଟ୍ରୋଲ କରୁଛନ୍ତି ।

କୋହଲି ଇନଷ୍ଟାଗ୍ରାମରେ ୨ଟି ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି । ଏହା ସହିତ କ୍ୟାପସନ ଲେଖିଛନ୍ତି ‘ବାହାନା ଖୋଜ ନଚେତ ଉନ୍ନତ ହେବାକୁ ଚେଷ୍ଟ କର’ । ଏହି ଭିଡିଓରେ ବିରାଟ ଜିମ୍ ଭିତରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।ଏହି ପୋଷ୍ଟରେ ଅନେକ ଲାଇକ୍ ଏବଂ କମେଣ୍ଟ ମିଳିଛି । ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଲୋକେ ତାଙ୍କ ଫିଟନେସ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରୁଛନ୍ତି । କିଛି ୟୁଜର କମେଣ୍ଟ କରି କହୁଛନ୍ତ, ସବୁକିଛି ଠିକ୍ ଅଛି, କିନ୍ତୁ ଆଇସିସି ଟାଇଟଲ କେବେ ଜିତିବ ? ଆଉ ଜଣେ ଲେଖିଛନ୍ତି, କ’ଣ ଫାଇଦା ଜିମର । ଯଦି ସର୍ଟ ଅଫ ସାଇଡ ବଲରେ ମାରିବ ।

Related posts

ଶ୍ରୀଲଙ୍କା ସିରିଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଇଶାନ କିଶନଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତର ୨୭୨ ରନ୍‌ର ବିଶାଳ ଲକ୍ଷ୍ୟ

Odisha Sports Bureau

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

Odisha Sports Bureau