Cricket

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ୱର : ନିଖୋଜ ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ଗୁରିଡିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଛି । ମଙ୍ଗଳାବାଗ ଥାନା ଆଇଆଇସି ଏ ନେଇ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ମୃତ ଦେହ ମିଳିଛି ସେନେଇ ଅଧିକ ତଦନ୍ତ କରୁଛି ପୋଲିସ | ମୃତ କ୍ରିକେଟର ପୁରୀ ରାମଚଣ୍ଡୀର ରାଜଶ୍ରୀ ସ୍ୱାଇଁ ତିନିଦିନ ହେଲା ନିଖୋଜ ଥିଲେ | ତେବେ ପୂର୍ବରୁ ତାଙ୍କ ସ୍କୁଟି ଓ ହେଲମେଟ୍ ଆଠଗଡ଼ କପୁରସିଂ ଜଙ୍ଗଲରୁ ମିଳିଥିଲା | ଆଉ ଏବେ ମିଳିଛି ତାଙ୍କ ଝୁଲନ୍ତା ମୃତ ଦେହ | ତେବେ ସିନିୟର ମହିଳା ଟିମର ଚୟନ ଲାଗି ରାଜଶ୍ରୀ କ୍ୟାମ୍ପରେ ଯୋଗ ଦେଇଥିଲେ ।

ଟିମ୍ ଚୟନରୁ ପୁରୀ ରାମଚଣ୍ଡୀର ରାଜଶ୍ରୀ ବାଦ୍ ପଡିଥିଲେ । ଯେଉଁଥି ପାଇଁ ରାଜଶ୍ରୀ କୁଆଡେ ଚାଲିଯାଇଥିବା ଅଥବା ତାଙ୍କୁ ମାରିଦେଇଥିବା ସନ୍ଦେହ କରୁଥିଲେ ରାଜଶ୍ରୀଙ୍କ ପରିବାର ଳୋକେ | ଏଣୁ ଝିଅ ଫଟୋ ଧରି କ୍ରୀଡାମନ୍ତ୍ରୀଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଥିଲା ରାଜଶ୍ରୀଙ୍କ ମାଆ ଓ ବାପାଙ୍କୁ |

ତେବେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଂଚଳର ଗୁଣୁନିଧି ସ୍ୱାଇଁଙ୍କ ଝିଅ ରାଜଶ୍ରୀ । ପୁଡୁଚେରୀରେ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ସ୍ଥିତ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ । ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା । ହେଲେ ତାଲିକାରୁ ବାଦ୍ ପଡ଼ିଥିଲେ ରାଜଶ୍ରୀ । ୧୧ ତାରିଖ ଦିନ ସମସ୍ତ ଖେଳାଳି ଟାଙ୍ଗୀ ସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ ପାଇଁ ଯାଇଥିଲେ । ହେଲେ ରାଜଶ୍ରୀ ବାପାଙ୍କୁ ଭେଟିବାକୁ କୋଚଙ୍କୁ କହି ଯାଇଥିଲେ ।

Related posts

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା

କୋହଲିଙ୍କୁ ନେଇ କପିଲଙ୍କ ବଡ ବୟାନ

Odisha Sports Bureau

ପ୍ରଥମ ଥର ପାଇଁ ଇତିହାସ ରଚି ଫାଇନାଲରେ ଭାରତୀୟ ମହିଳା ଦଳ