Cricket

ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସେମିଫାଇନାଲ

କେପ୍ଟାଉନ୍ : ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସେମିଫାଇନାଲ ଖେଳାଯିବ। ଲିଗ୍ ପର୍ୟ୍ୟାୟରେ ୪ଟିଯାକ ମ୍ୟାଚ ଜିତି ଅଷ୍ଟ୍ରେଲିଆ ଗ୍ରୁପ୍ ଶୀର୍ଷରେ ରହିଥିଲା । କୌଣସି ଦଳ ଏହା ବିପକ୍ଷରେ ୧୨୫ ରନ୍ ମଧ୍ୟ କରି ପାରିନାହିଁ। ଅନ୍ୟପକ୍ଷରେ ଭାରତ ତା’ର ୩ଟି ଗ୍ରୁପ୍ ମ୍ୟାଚ୍କୁ ସହଜରେ ଜିତିଥିଲା। ତେବେ ୨୯ ରନ୍ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ଇଂଲଣ୍ଡ ୧୫୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଭାରତକୁ ଗ୍ରୁପ୍ରେ ୨ୟ ସ୍ଥାନ ମିଳିବାରୁ ଗ୍ରୁପ୍-୧ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପଡ଼ୁଛି। ଭାରତ ଖେଳିଥିବା ୪ଟି ମ୍ୟାଚ୍ରେ ଯେପରି ପ୍ରଦର୍ଶନ କରିଛି; ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ହେଲେ ତା’ର ପ୍ରଦର୍ଶନ ମାନ ବହୁତ ଉପରକୁ ନେବାକୁ ପଡ଼ିବ। ଅଷ୍ଟ୍ରେଲିଆର ଖେଳାଳି ଭାରତ ଅପେକ୍ଷା ଅଧିକ ଅଭିଜ୍ଞ। ବେଶ୍ କିଛିବର୍ଷ ହେଲା ସେମାନେ ଖେଳି ଆସୁଛନ୍ତି । ଗତ ୭ଟି ସଂସ୍କରଣରୁ ଅଷ୍ଟ୍ରେଲିଆ ୫ ଥର ଚମ୍ପିଆନ୍ ହୋଇଛି । ଭାରତ ୫ମ ଥର ସେମିଫାଇନାଲ ଖେଳିବାକୁ ଯାଉଛି। ଗତ (୨୦୨୨) ସଂସ୍କରଣରେ ଭାରତ ଓ ଅେଷ୍ଟ୍ରଲିଆ ମଧ୍ୟରେ ଫାଇନାଲ ଖେଳା ଯାଇଥିବା ବେଳେ ଆଲିସା ହିଲି ଓ ବେଥ୍ ମୁନିଙ୍କ ବିସ୍ଫୋରକ ଇନିଂସ ବଳରେ ୮୫ ରନ୍ର ବିପୁଳ ବ୍ୟବଧାନରେ ଅଷ୍ଟ୍ରେଲିଆ ଜିତିଥିଲା। ଉଭୟ ଦଳଙ୍କ ମଧ୍ୟରେ ୩୦ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୨୨ଟି ଓ ଭାରତ ୬ଟି ଜିତିଛି । ପୁଣି ୨୦୧୮ରୁ ଅଦ୍ୟବଧି ଅଷ୍ଟ୍ରେଲିଆ ୬୩ଟି ଟ୍ବେଣ୍ଟି୨୦ ଖେଳି ୫୩ଟି ଜିତିଛି। ଓପ୍ନର ଆଲିସା ହିଲି ଚମତ୍କାର ଫର୍ମରେ ଅଛନ୍ତି ଏବଂ ୩ଟି ମ୍ୟାଚ୍ରୁ ୨ଟି ଅର୍ଦ୍ଧଶତକ ସହ ୧୪୬ ରନ୍ କରିଛନ୍ତି। ବେଥ୍ ମୁନି, ଅଧିନାୟିକା ମେଗ୍ ଲାନିଙ୍ଗ୍, ଆସ୍ଲେ ଗାର୍ଡନର ଓ ତାହ୍ଲିଆ ମ୍ୟାକ୍ଗ୍ରା ଭଲ ପ୍ରଦର୍ଶନ କରିଛନ୍ତି।

Related posts

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି

ବିଶ୍ୱକପରେ ଭିଭିଆଇପିଙ୍କ ଭିଡ : ଅବତରଣ କରିବ ୧୦୦ ଜେଟ୍

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ