Cricket

ଆଇପିଏଲ: ଆଜି ଦିଲ୍ଲୀ-ବାଙ୍ଗାଲୋର ଓ ପଞ୍ଜାବ-ଲକ୍ଷ୍ନୌ ମଧ୍ୟରେ ହେବ କଡା ଟକ୍କର

ଲକ୍ଷ୍ନୌ: ଦୁଇ ସପ୍ତାହ ହୋଇଗଲାଣି ଆଇପିଏଲ୍ ଆରମ୍ଭ ହେବାର, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏବେ ସୁଧା ଗୋଟେବି ମ୍ୟାଚ ହାତେଇ ପାରିନାହିଁ । । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଶେଷ ବଲ୍ ମ୍ୟାଚ୍ରେ ପରାଜିତ ହୋଇଥିଲା। କିନ୍ତୁ ୱାନିନ୍ଦୁ ହସରଙ୍ଗା ଦଳକୁ ଫେରିଆସିଥିବାରୁ ଆର୍ସିବି ଶକ୍ତି ବୃଦ୍ଧି ହୋଇଥିଲା ବେଳେ ଆଜି ଡବଲ୍ ହେଡରର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ଉଦ୍ୟମ କରିବ। ଡେଭିଡ୍ ୱିଲି କିମ୍ବା ୱେନ୍ ପାର୍ନେଲଙ୍କ ସ୍ଥାନରେ ହସରଙ୍ଗା ଖେଳିବେ। ତେବେ ଆର୍ସିବିର ମଧ୍ୟକ୍ରମ ବ୍ୟାଟରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି। ବିଶେଷକରି ସ୍ପିନ୍ ବିପକ୍ଷରେ ବ୍ୟାଟରମାନେ ଅସୁବିଧାରେ ପଡ଼ିଆସୁଛନ୍ତି। ଯେଉଁଥିପାଇଁ ଅକ୍ଷର ପଟେଲ ଓ କୁଲ୍ଦୀପ ଯାଦବଙ୍କ ଆଗରେ ଏମାନଙ୍କୁ ଖେଳିବା କଷ୍ଟକର ହୋଇପାରେ। ସେହିପରି ଡେଥ୍ ଓଭରଗୁଡ଼ିକରେ ନର୍ଖିୟା ଓ ମୁସ୍ତାଫିଜୁର ରହମନ ସଫଳ ହେଉଥିବାରୁ ଏମାନଙ୍କ ସାମ୍ନା କରିବା ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ତଥାପି ମିଚେଲ୍ ମାର୍ସ ଦିଲ୍ଲୀ ଦଳ ସହିତ ଯୋଗଦେଇଥିବାରୁ ବୋଲରଙ୍କ ପାଇଁ ସତର୍କଘଣ୍ଟି ହୋଇପାରନ୍ତି। ରୋଭମାନ ପାୱେଲଙ୍କ ସ୍ଥାନରେ ସେ ଖେଳିବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଡବଲ୍ ହେଡରର ଦ୍ବିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ସାମ୍ନା କରିବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ଚଳିତ ଅ୍ଧବପିଏଲ ମ୍ୟାଚରେ ପଞ୍ଜାବ ୨ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚରେ ପରାଜୟ ବରଣ କରିଛି । ଗତ ମ୍ୟାଚ୍ରେ ପଞ୍ଜାବ ବ୍ୟାଟରମାନେ ୫୬ ଡଟ୍ ବଲ୍ ଖେଳିଥିଲେ। କେବଳ ଶିଖର ଧାୱନ ପ୍ରଥମ ତିନି ମ୍ୟାଚ୍ରେ ଭଲ ଖେଳିଥିଲେ, ହେଲେ ଚତୁର୍ଥ ମ୍ୟାଚ୍ରେ ସେ ବିଫଳ ହେବାରୁ ବ୍ୟାଟରମାନେ ରନ୍ ଗତି ବଢାଇପାରିନଥିଲେ। ପ୍ରଭସିମ୍ରନ ସିଂହ, ମାଥ୍ୟୁ ସର୍ଟ, ଜିତେଶ ଶର୍ମାଙ୍କ ବ୍ୟାଟ୍ରୁ ବି ବଡ଼ ରନ୍ ବାହାରିପାରୁନାହିଁ। ହେଲେ ବ୍ୟାଟିଂ ଅପେକ୍ଷା ବୋଲରମାନେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଅର୍ଶଦୀପ ସିଂହ, ସାମ୍ କରନ ଦଳକୁ ବିଜୟ ନିକଟରେ ପହଞ୍ଚାଉଛନ୍ତି। କିନ୍ତୁ ସୁପର ଜାଏଣ୍ଟସ୍ ଗତ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ଅପେକ୍ଷାକୃତ ଦୁର୍ବଳ ପଞ୍ଜାବକୁ ହରାଇ ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି।

 

Related posts

ବୈଭବଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ହେବ

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

Odisha Sports Bureau

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

Odisha Sports Bureau