Cricket

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

ସିଡନୀ:ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଳା ଅଷ୍ଟ୍ରେଲିଆ ଟିମ । ଲଣ୍ଡନ ଓଭର ଗ୍ରାଉଣ୍ଡରେ ଜୁନ ୭ରୁ ୧୧ ତରିଖ ଯାଏଁ ଡବ୍ଲୁଟିସି ଫାଇନାଲ ମୁକାବିଲା କରିବେ ।ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୧୭ ଜଣିଆ ଟିମ ଘୋସଣା କରିଛନ୍ତି । ଏହି ମ୍ୟାଚରେ ଚାରି ବର୍ଷ ପରେ ଅଲରାଉଣ୍ଡର ମିଚେଲ ମାର୍ଶ ଟେଷ୍ଟକୁ ଫେରିଛନ୍ତି । ଏହି ଅଲରାଉଣ୍ଡର ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି ।ଅଷ୍ଟ୍ରେଲିଆର ୧୭ ଜଣିଆ ଦଳରେ ମିଚେଲ ମାର୍ଶଙ୍କୁ ସ୍ଥାନ ଦିଆଯାଇଛି। ମିଚେଲ ମାର୍ଶଙ୍କ ସହ ମାର୍କସ ହାରିସ ଏବଂ ଜୋଶ ଇଂଲିସ ମଧ୍ୟ ଅଷ୍ଟ୍ରେଲୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲୀୟ ଜାତୀୟ ଚୟନ ପ୍ୟାନେଲ୍ ଆଶାନୁରୂପ ଭାବେ କୋର ଲାଇନ୍ ଅପ୍ ବଜାୟ ରଖିଛି । ଏଥିରେ ଭେଟେରାନ୍ ଓପନର୍ ଡେଭିଡ ୱାର୍ଣ୍ଣର ଓ ଉସମାନ ଖ୍ବାଜାଙ୍କ ସହ ଅତିରିକ୍ତ ଓପନର ଭାବରେ ମାର୍କସ ହାରିସ ମଧ୍ୟ ସାମିଲ ହୋଇଛନ୍ତି ।

Related posts

ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂଙ୍କ ଜନ୍ମ ଦିନ

୮ ବର୍ଷ ପରେ ବୋଲିଂ କଲେ କୋହଲି

Odisha Sports Bureau

ପିତାଙ୍କ ପରଲୋକରେ ପଡ଼ିଆକୁ ଆସିଲେ ରସିଦ ଖାନ

Odisha Sports Bureau