Wrestling

ଆନ୍ଦୋଳଦରତ ସମୟରେ କୁସ୍ତିଯେଦ୍ଧାଙ୍କ ୱାର୍ମଅପ୍

କୁସ୍ତି ଯେଦ୍ଧା ଭିନେଶ ଫଗୋଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଅନେକ କୁସ୍ତଯୋଦ୍ଧା ରାସ୍ତାରେ କରୁଛନ୍ତି ବ୍ୟାୟାମ କରିବାର ଏକ ଭିଡିଓ ଭାଇରାଲ ହେବାର ଦେଥିବାକୁ ମିଳିଛି ।ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ୪ ଦିନ ହେଲାଣି ଜନ୍ତରମନ୍ତରରେ ଚାଲିଛି ଆନ୍ଦୋଳନ ।ରାତିରେ ଏଠାରେ ଖାଇବା, ଶୋଇବା କରିବା ପରେ ଏବେ ରାସ୍ତା ମଝିରେ ବ୍ୟାୟାମ ମଧ୍ୟ କରୁଛନ୍ତି ।ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଭିନେଶ ଫୋଗଟଙ୍କ ସମେତ ୭ଜଣ ମହିଳା ଖେଳାଳି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ୭ ଜଣ ମହିଳା କୁସ୍ତି ଯୋଦ୍ଧା ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି । ତେଣୁ ମହିଳା କୁସ୍ତି ଯୋଦ୍ଧାଙ୍କ ଜୀବନକୁ ବିପଦ ରହିଛି ବୋଲି ବଜରଙ୍ଗ ପୁନିଆ କହିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘର ଲୋକ ଘରକୁ ଆସି ପ୍ରଲୋଭନ ଦେଉଛନ୍ତି । ତେବେ ଯଦି ଅଭିଯୋନ କରିଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ କିଛି ବିପଦ ଆସେ, ତେବେ ଦିଲ୍ଲୀ ପୋଲିସ ଏବଂ ସରକାରୀ ଦାୟୀ ହେବେ ବୋଲି ସେ କହିଛନ୍ତି ।

 

Related posts

‘ଭିନେଶଙ୍କୁ ମିଳିବ ସବୁ ସମ୍ମାନ’

Odisha Sports Bureau

ପରିସ୍ରା ନମୁନା ନଦେବା ମହଙ୍ଗା ସାବ୍ୟସ୍ତ : ନିଲମ୍ବନ ହେଲେ ବଜରଙ୍ଗ ପୁନିଆ

Odisha Sports Bureau

ମହିଳା ରେସଲର ଭିନେଶ ଫୋଗଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ