Cricket

ଆଇପିଏଲରେ ଚହଲଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ପତ୍ନୀ ଧନଶ୍ରୀ କହିଲେ ‘ଲିଜେଣ୍ଡ୍’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମର ତାରକା ୟୁଜବେନ୍ଦ୍ର ଚହଲ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ସବୁଠାରୁ ଅଧିକ ୱିକେଟ୍ ନେଇଥିବା ଖେଳାଳି ଭାବେ ଆଗରେ ରହିଛନ୍ତି । ତାଙ୍କର ପ୍ରଦର୍ଶନ ପାଇଁ ଆଇପିଏଲର ଏହି ସିଜିନରେ ସେ ପର୍ପଲ କ୍ୟାପର ଅଧିକାରୀ ହୋଇଛନ୍ତି । ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ଏହି ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆ ପୋଷ୍ଟରେ ସ୍ୱାମୀଙ୍କୁ ‘ଲିଜେଣ୍ଡ’ ବୋଲି କହି ଚର୍ଚ୍ଚାରେ ଅଛନ୍ତି । ଆଇପିଏଲ୍ର ୫୬ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ ୯ ଓ୍କିକେଟ୍ରେ କୋଲତାକାତା ନାଇଟ୍ ରାଇଡର୍ସକୁ ହରାଇଛି। ଇଡେନ୍ ଗାର୍ଡେନ୍ରେ ହେଉଥିବା ଏହି ମ୍ୟାଚ୍ରେ ୟୁଜବେନ୍ଦ୍ର ଚହଲ ଜବର୍ଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ବୋଲିଂ କରୁଥିବା ବେଳେ ୪ ଓଭର୍ରେ ୨୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ।

Related posts

ଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନ

ଟିମ ସଦସ୍ୟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ

ଭାରତ ଓ ଏସିଆ କପକୁ ନେଇ ବର୍ଷିଲେ ଜାଭେଦ ମିଆଁଦାଦ

Odisha Sports Bureau