Wrestling

ଯନ୍ତର ମନ୍ତରରେ କଳା ଦିବସ ପାଳିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ : ଯନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଗୁରୁବାର କଳାପଟି ପିନ୍ଧି ‘କଳା ଦିବସ’ ପାଳନ କରିଛନ୍ତି । ତେବେ ଦୀର୍ଘର୍ ୧୮ ଦିନ ହେବ ଏହି ଆନ୍ଦୋଳନ ଚାଲିଥିବା ବେଳେ ଗୁରୁବାର ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି କଳା ଦିବସ ପାଳନ କରାଯାଇଥିଲା । ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ଭାଜପାର ସାଂସଦ ବ୍ରିଜଭୂଷଣ ଶରଣ ସିଂ ଗିରଫ ନ ହେବା ପର୍ୟ୍ୟନ୍ତ ଏହା ଜାରି ରହିବ ବୋଲି ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି। ଏପରିକି ମେ’ ୨୧ ତାରିଖ ମଧ୍ୟରେ ବ୍ରିଜଭୂଷଣ ଗିରଫ ନ ହେଲେ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ମଧ୍ୟ ଧମକ ଦିଆଯାଇଛି। ଗୁରୁବାର ଭିନେଶ ଫୋଗଟ, ବଜରଙ୍ଗ ପୂନିଆ, ସାକ୍ଷୀ ମଲ୍ଲିକ, ସତ୍ୟବ୍ରତ କୈଦିୟାଁ, ଜିତେନ୍ଦର କିହ୍ନା କଳା ପଟି ପରିଧାନ କରିଥିବା ବେଳେ କିଛି ସମର୍ଥକ ମଧ୍ୟ ଅନୁରୂପ ଭାବେ କଳା ପଟି ପରିଧାନ କରିଥିଲେ। ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ଧାରା ୧୦ ଅନୁଯାୟୀ ଦୁଇଟି ମାମଲା ଦାଏର କରିଥିଲେ ମଧ୍ୟ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଚାଲିଛନ୍ତି।

Related posts

ମହିଳା ପହିଲିବାନ୍ ବିନେଶ ଫୋଗାଟ ଇତିହାସ ରଚିଲେ

Odisha Sports Bureau

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

Odisha Sports Bureau

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

Odisha Sports Bureau