Cricket

ପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶ

ଗତ ବର୍ଷର ଚାମ୍ପିଆନ ଗୁଜରାଟ ଟାଇଟାନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି । ଆଇପିଏଲ୍ର ଚଳିତ ସଂସ୍କରଣରେ ୧୩ଟି ମ୍ୟାଚ୍ରୁ ୯ଟି ମ୍ୟାଚ୍ ବିଜୟ ସହ ପଏଣ୍ଟ ଟେବୁଲ୍ରେ ଶୀର୍ଷରେ ରହିଛି ଗୁଜରାଟ । ପଏଣ୍ଟ ଟେବୁଲ୍ରେ ୧୮ ଅଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପ୍ଲେ ଅଫ୍ ଖେଳିବାକୁ ନିଶ୍ଚିତ କରିଛି । ଚଳିତ ସଂସ୍କରଣର ଆରମ୍ଭରୁ ହିଁ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା ଗୁଜରାଟ । ଗତକାଲି ସନରାଇଜର୍ସ ହାଇଦ୍ରାବାଦ୍କୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଗୁଜରାଟ । ଅନ୍ୟପକ୍ଷରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ଗୋଟିଏ ମ୍ୟାଚ୍ ପୂର୍ବରୁ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି।

Related posts

ପଡିଆକୁ ହେଲମେଟ ଫିଙ୍ଗିବା ପଡିବ ମହଙ୍ଗା, ଫାଇନ ଗଣିପାରିବେ ସଞ୍ଜୁ

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚକୁ ମହାଦେବ ଭରଷା, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ

Odisha Sports Bureau

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

Odisha Sports Bureau