Cricket

ଦିଲ୍ଲୀକୁ ୨୨୪ରନର ଟାର୍ଗେଟ ଦେଲା ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ୍ ୬୭ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳୁଥିବା ଚେନ୍ନାଇ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୨୨୩ ରନ୍ କରିଛି।


ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ ଡେୱନ କନ୍ୱେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୪୧ ରନ୍ର ଭାଗିଦାରୀ ହୋଇପାରିଥିଲେ। ଋତୁରାଜ ୫୦ଟି ବଲ୍ ସମ୍ମୁଖୀନ ହୋଇ ୩ଟି ଚୌକା ଓ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୯ ରନ୍ କରିଥିଲେ। ଋତୁରାଜ ୫୦ଟି ବଲ୍ ସମ୍ମୁଖୀନ ହୋଇ ୩ଟି ଚୌକା ଓ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୯ ରନ୍ କରିଥିଲେ। ଋତୁରାଜ ଆଉଟ୍ ହୋଇ ପାଭଲିଅନ ଫେରିଯିବା ପରେ ଶିଭମ ଦୁବେ (୨୨ ରନ୍) ତାଙ୍କର ସ୍ଥାନ ପୂରଣ କରିବାକୁ ଆସିଥିଲେ। ଆଉଟ୍ ହେବା ପୂର୍ବରୁ ସେ କନୱେଙ୍କ ସହିତ ୫୪ ରନ୍ର ଭାଗିଦାରୀ ହୋଇଥିଲେ।

Related posts

ଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

Odisha Sports Bureau

କ୍ରିକେଟକୁ ଅଲବିଦା କଲେ ମୋର୍ଗାନ

ଇଣ୍ଡିଆ-ନିୟୁଜଲ୍ୟାଣ୍ଡ:ପାର୍ଥାବ ପଟେଲ ଶତକରୁ ବଞ୍ଚିତ, ଭାରତ ଏ ସଂଗ୍ରହ କଲା ବିଶାଳ ସ୍କୋର, ଭାରତୀୟ ବୋଲର୍ କରିଲେ ନିରାଶ

Odisha Sports Bureau