Cricket

ଦିଲ୍ଲୀକୁ ୨୨୪ରନର ଟାର୍ଗେଟ ଦେଲା ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ୍ ୬୭ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳୁଥିବା ଚେନ୍ନାଇ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୨୨୩ ରନ୍ କରିଛି।


ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ ଡେୱନ କନ୍ୱେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୪୧ ରନ୍ର ଭାଗିଦାରୀ ହୋଇପାରିଥିଲେ। ଋତୁରାଜ ୫୦ଟି ବଲ୍ ସମ୍ମୁଖୀନ ହୋଇ ୩ଟି ଚୌକା ଓ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୯ ରନ୍ କରିଥିଲେ। ଋତୁରାଜ ୫୦ଟି ବଲ୍ ସମ୍ମୁଖୀନ ହୋଇ ୩ଟି ଚୌକା ଓ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୯ ରନ୍ କରିଥିଲେ। ଋତୁରାଜ ଆଉଟ୍ ହୋଇ ପାଭଲିଅନ ଫେରିଯିବା ପରେ ଶିଭମ ଦୁବେ (୨୨ ରନ୍) ତାଙ୍କର ସ୍ଥାନ ପୂରଣ କରିବାକୁ ଆସିଥିଲେ। ଆଉଟ୍ ହେବା ପୂର୍ବରୁ ସେ କନୱେଙ୍କ ସହିତ ୫୪ ରନ୍ର ଭାଗିଦାରୀ ହୋଇଥିଲେ।

Related posts

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau

ବିଶ୍ଵକପ୍ ଟ୍ରଫି ସହ ନଜର ଆସିଲେ କିଙ୍ଗ୍ ଖାନ୍

ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହଙ୍ଗାମା; ଅଧ୍ୟକ୍ଷ ପଦ ଛାଡ଼ିଲେ ନଜମ ସେଠୀ