Football

ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩

ଭୁବନେଶ୍ୱର: ଚଳିତ ବର୍ଷ ଜୁନ ମାସ ୯ ତାରିଖରୁ ୧୮ ତାରିଖ ପର୍ୟ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ଏହାର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବ ଭାରତୀୟ ଫୁଟବଲ ମହାସଂଘର ସାଧାରଣ ସମ୍ପାଦକ ଡ. ସଜି ପ୍ରଭାକରନ ଏବଂ ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର ଷ୍ଟିମାକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ । ପ୍ରଥମ ଥର ଲାଗି ଓଡ଼ିଶା ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏଥିରେ ଭାରତ ସମେତ ଲେବାନନ୍, ମାଙ୍ଗୋଲିଆ ଏବଂ ଭାନୋଆଟୋର ଟିମ୍ ଭାଗ ନେବେ । ହକି ବିଶ୍ବକପର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି।

Related posts

ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ

Odisha Sports Bureau

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

Odisha Sports Bureau

ଇଂରାଜୀ ପ୍ରିମିୟର ଲିଗ୍: ରେକର୍ଡ ପଏଣ୍ଟ ସୁରକ୍ଷିତ ରଖିବା ପାଇଁ ଲିଭରପୁଲ୍ ଆଉ ଏକ ବିଜୟ ଆବସ୍ୟକ

Odisha Sports Bureau