Football

ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩

ଭୁବନେଶ୍ୱର: ଚଳିତ ବର୍ଷ ଜୁନ ମାସ ୯ ତାରିଖରୁ ୧୮ ତାରିଖ ପର୍ୟ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ଏହାର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବ ଭାରତୀୟ ଫୁଟବଲ ମହାସଂଘର ସାଧାରଣ ସମ୍ପାଦକ ଡ. ସଜି ପ୍ରଭାକରନ ଏବଂ ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର ଷ୍ଟିମାକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ । ପ୍ରଥମ ଥର ଲାଗି ଓଡ଼ିଶା ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏଥିରେ ଭାରତ ସମେତ ଲେବାନନ୍, ମାଙ୍ଗୋଲିଆ ଏବଂ ଭାନୋଆଟୋର ଟିମ୍ ଭାଗ ନେବେ । ହକି ବିଶ୍ବକପର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି।

Related posts

କିଟ ଓ କିସ୍ ରେ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ

Odisha Sports Bureau

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

Odisha Sports Bureau

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau

Leave a Comment