Cricket

ବିନା ସହାୟତାରେ ସିଡି ଚଢିଲେ ରିଷଭ ପନ୍ତ

ଗତ ଡିସେମ୍ବରରେ କାର୍ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବିନା ସାହାରାରେ ସିଡି ଚଢିଲେ ପନ୍ତ। ସେ ନିଜେ ଏକ ଭିଡିଓ ସୋସିଅଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି, ବିନା କୌଣସି ସାହାରାରେ ସିଡି ଚଢୁଛନ୍ତି ରିଷଭ ପନ୍ତ । ସେ ଦୁଇଟି ଅଲଗା ସମୟର ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡ଼ିଓରେ ସେ ସିଡି ଚଢିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ ବିନା କୌଣସି ସାହାରାରେ ସହଜରେ ସିଡି ଚଢୁଛନ୍ତି । ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଛି।

Related posts

ଆଇଚର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

Odisha Sports Bureau

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା: ରିସି ଟପ୍‌ଲେ ଆଘାତପ୍ରାପ୍ତ

ଆଜି ଲଢ଼ିବେ ଭାରତ-ପାକିସ୍ତାନ: ସ୍ୱତନ୍ତ୍ର ରଣନୀତି କରିଛି ରୋହିତ ବାହିନୀ

Odisha Sports Bureau