Football

ରୋନାଲ୍ଡୋ ଖେଳିଳେ ୨୦୦ ତମ ଆନ୍ତର୍ଜାତିୟ ମ୍ୟାଚ

ଲିସବନ : ପର୍ତୁଗାଲ ତାରକା ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ୨୦୦ତମ ଆନ୍ତର୍ଜାତିକ ମ୍ୟାଚ ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ କୁଏତର ବାଦର ଅଲ ମୁତୱାଙ୍କ ୧୯୬ ଆନ୍ତର୍ଜାତିକ ମ୍ୟାଚ କୀର୍ତ୍ତିମାନକୁ ରୋନାଲ୍ଡୋ ଟପିଛନ୍ତି । ମଙ୍ଗଳବାର ଆଇସଲାଣ୍ଡ ବିପକ୍ଷରେ ୨୦୦ତମ ମ୍ୟାଚ ଖେଳିଥିଲେ ରୋନାଲଡୋ । ୟୁରୋ କପ ଯୋଗ୍ୟତା ପର୍ୟ୍ୟାୟରେ ଖେଳାଯାଇଥିବା ଏହି ମ୍ୟାଚରେ ରୋନାଲ୍ଡୋଙ୍କ ବଳରେ ପର୍ତୁଗାଲ ୧-୦ ଗୋଲରେ ବିଜୟୀ ହୋଇଥିଲେ । ପର୍ତୁଗାଲକୁ ଏହି ମ୍ୟାଚ୍ରେ କଡ଼ା ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା।

ଏପରିକି ୮୧ ତମ ମିନିଟରେ ୱିଲମ ଥର ୱିଲୁମସନ ଦ୍ବିତୀୟ ହଳଦିଆ କାର୍ଡ ପାଇ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ଯେଉଁଥିପାଇଁ ପର୍ତୁଗାଲକୁ ୧୦ ଜଣଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ରୋନାଲ୍ଡୋଙ୍କୁ ତାଙ୍କ ଗୋଲ ଉତ୍ସବ ପାଳନ କରିବା ପାଇଁ ଦୁଇ ମିନିଟ ଅପେକ୍ଷା କରିବାକୁ ପଡ଼ିଥିଲା। ୮୯ ମିନିଟ୍ରେ ରୋନାଲ୍ଡୋ ଗୋଲ ଦେଇଥିଲେ ବି ରେଫରି ତାହାକୁ ଅଫସାଇଡ ସିଗନାଲ ଦେଇଥିଲେ। କିନ୍ତୁ ତାହାକୁ ଗୋଲ ଘୋଷଣା କରାଯାଇଥିଲା। ଏହାଫଳରେ ପର୍ତୁଗାଲ ପାଇଁ ରୋନାଲ୍ଡୋ ୧୨୩ ତମ ଗୋଲ ସ୍କୋର କରିବା ସହ ଆନ୍ତର୍ଜାତିକ ଫୁଟବଲରେ ସର୍ବାଧିକ ଗୋଲ ସ୍କୋରର ହୋଇପାରିଛନ୍ତି।

Related posts

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau

ଏସଏଏଫଏଫ୍ ୟୁ-୧୮: ‘ଡ୍ର’ରେ ଶେଷ ହେଲା ଭାରତ-ବାଙ୍ଗଲାଦେଶ ମୁକାବିଲା

Odisha Sports Bureau

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ: ସ୍ଥାନ ପାଇଲେ ଏହି ନୂଆଁ ଖେଳାଳି

Odisha Sports Bureau