Cricket

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବୀ ପାଇଁ ଆଗରେ ଅଗରକର

ନୂଆଦିଲ୍ଲୀ: ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବି ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର । ଅଗରକରଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ସେ ଗୁରୁବାର ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଦୌଡ଼ରେ ଦିଲୀପ ଭେଙ୍ଗସରକାର ଓ ରବି ଶାସ୍ତ୍ରୀ ମଧ୍ୟ ଅନ୍ୟତମ ଦାବିଦାର ଅଛନ୍ତି। ଯଦି ଭେଙ୍ଗସରକାରଙ୍କ ନାମକୁ ବିଚାରକୁ ନିଆଯାଏ, ତାହେଲେ ସେ ମଧ୍ୟ ବର୍ଷେ ପାଇଁ କାର୍ୟ୍ୟ କାରିପାରିବେ। କାରଣ ୨୦୦୫ ରୁ ୨୦୦୮ ପର୍ୟ୍ୟନ୍ତ ଭେଙ୍ଗସରକାର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ୟ୍ୟ କରିସାରିଛନ୍ତି।

ପୂର୍ବରୁ ଅଗରକର ୨୦୨୧ରେ ବିସିସିଆଇ ଚୟନକର୍ତ୍ତା ପାଇଁ ସାକ୍ଷାତକାର ଦେଇଥିଲେ। ସେତେବେଳେ ଉତ୍ତରାଞ୍ଚଳରୁ ଚେତନ ଶର୍ମା ପ୍ୟାନେଲ୍ ମୁଖ୍ୟ ଥିଲେ। ସେହିପରି ଅଗରକରଙ୍କ ପୂର୍ବରୁ କନିଷ୍ଠ ଚୟନ ସମିତିରେ ୪ ବର୍ଷ କାର୍ୟ୍ୟ କରିସାରିଥିବାରୁ ତାଙ୍କ ପାଖରେ ଆଉ ବର୍ଷେ କାମ କରିବା ପାଇଁ ସମୟ ରହିଛି। ତଥାପି ଅଗରକରଙ୍କ ପାଖରେ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟ୍ବେଣ୍ଟି-୨୦ ମ୍ୟାଚ୍ର ଅଭିଜ୍ଞତା ଥିବାରୁ ତାଙ୍କ ପଲ୍ଲା ଭାରି ରହିଛି। କିନ୍ତୁ ୨୦୨୧ ସାକ୍ଷାତକାର ସମୟରେ ମୁମ୍ବାଇ କ୍ରିକେଟ ସଂଘ ସହିତ ଅଗରକରଙ୍କ ସଂପର୍କ ଭଲ ନଥିବାରୁ ବିସିସିଆଇ ସାକ୍ଷାତକାରରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ଅନୁମାନ କରାଯାଉଛି। କିନ୍ତୁ ଏବେ ମୁମ୍ବାଇ ସଂଘ ସହିତ ଅଗରକରଙ୍କ କୌଣସି ସମସ୍ୟା ନାହିଁ।

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବି ଦୌଡ଼ରେ ଅଗରକରଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପୂର୍ବରୁ ଥିବା ମୁଖ୍ୟ ଚୟନକର୍ତ୍ତା ଓ ସଦସ୍ୟଙ୍କୁ ଦିଆଯାଉଥିବା ଅନୁଦାନରେ ବୃଦ୍ଧି ହେବା ନେଇ ଆଶା କରାଯାଉଛି। ପୂର୍ବରୁ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଓ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଏବଂ ଜଣେ ଭାଷ୍ୟକାର ଭାବେ ବିସିସିଆଇ ବାର୍ଷିକ ଅନୁଦାନଠୁ ଅଧିକ ରୋଜଗାର କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ତାହାର ଦରମା ପ୍ରଦାନ କରିବା ପଦ୍ଧତିରେ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି।

Related posts

ଭାରତୀୟ ଦଳକୁ କଡା ଟକ୍କର ଦେବ ୱେଷ୍ଟଇଣ୍ଡିଜ ଦଳ

ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau

ଦକ୍ଷିଣ ଆଫ୍ରିକା ଉପରେ ଦୀପ୍ତି ଶର୍ମାଙ୍କ ‘ଡବଲ ଆକ୍ରମଣ…

Odisha Sports Bureau