Cricket

ଅଷ୍ଟ୍ରେଲିଆ-ଇଂଲଣ୍ଡ ଅନ୍ତିମ ଆଶେସ ଟେଷ୍ଟରୁ ଜେସନ୍ ରୟଙ୍କୁ ବାଦ

(ଓଡିଶାସ୍ପୋର୍ଟସ ): ଓଭାଲରେ ଗୁରୁବାର ଠାରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଆଶେସ ଟେଷ୍ଟ ଖେଳାଯିବ । ଏଥିପାଇଁ ଇଂଲଣ୍ଡ ତାର ଚୂଡ଼ାନ୍ତ ଦଳ ଘୋଷଣା କରିଛି । କିନ୍ତୁ ଦଳରୁ ଜେସନ୍ ରୟଙ୍କୁ ବାଦ୍ ଦିଆଯାଇଛି।ଏହା ସହ ପେସ୍ ବୋଲର କ୍ରେଗ୍ ଓଭରଟନଙ୍କୁ ମଧ୍ୟ ସାମିଲ୍ କରାଯାଇନାହିଁ। ଇଂଲଣ୍ଡ ଟିମ୍ ସିରିଜକୁ ୨-୨ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି।
ଏହି ମୁକାବିଲାରେ ସାମ୍ କୁରାନ୍ ଓ କ୍ରିସ୍ ଓକ୍ସଙ୍କୁ ଦଳରେ ସୁଯୋଗ ମିଳିଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସ୍ପଷ୍ଟ କରିଛି ଯେ, କାନ୍ଧରେ ଆଘାତ କାରଣରୁ ବେନ୍ ଷ୍ଟୋକ୍ସ କେବଳ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବେ। ସିରିଜ୍ ଡ୍ର’ କରିବା ପାଇଁ ଇଂଲଣ୍ଡକୁ ଓଭାଲ ଟେଷ୍ଟ ଜିତିବାକୁ ପଡ଼ିବ। ତେବେ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ଆଶେସ୍ ସିରିଜ୍ ବଜାୟ ରଖିସାରିଛି।
ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ), ଜୋଫ୍ରା ଆର୍ଚର୍, ଜନ୍ନି ବେୟାରଷ୍ଟୋ (ୱିକେଟକିପର), ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ ବଟଲର, ସାମ୍ କୁରାନ୍, ଜୋ ଡେନଲୀ, ଜ୍ୟାକ୍ ଲିଚ୍, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ।

Related posts

ହାର୍ଦ୍ଦିକଙ୍କ ଜାଗାରେ କିଏ ଖେଳିବ ମ୍ୟାଚ୍?

Odisha Sports Bureau

ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ

Odisha Sports Bureau

କେବଳ ଦଳ ପାଇଁ ନୁହେଁ,ଦେଶ ପାଇଁ ମଧ୍ୟ ଖେଳିଥାଏ : ରୋହିତ

Odisha Sports Bureau