Cricket

କେବଳ ଦଳ ପାଇଁ ନୁହେଁ,ଦେଶ ପାଇଁ ମଧ୍ୟ ଖେଳିଥାଏ : ରୋହିତ

(ଓଡିଶାସ୍ପୋର୍ଟସ୍): ଟି୨୦ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ନିଜ ଟ୍ୱିଟରରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ସେ କେବଳ ଦଳ ପାଇଁ ନୁହେଁ ଦେଶ ପାଇଁ ପଡିଆକୁ ଓହ୍ଲାଇଥାନ୍ତି ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଭାରତୀୟ ଦଳର ବିଶ୍ୱକପରେ ୫ଟି ଶତକ ଅର୍ଜନ କରିଥିବା ରୋହିତଙ୍କ ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି । ସେ ବହୁ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତିି ।
ଇଣ୍ଡିଜ ବିରୋଧରେ ଟି୨୦ ସିରିଜ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆ ଆମେରିକାରେ ପହଁଚିଛି । ଆସନ୍ତା ୩ ତାରିଖରେ ଦଳ ପ୍ରଥମ ମ୍ୟାଚ ଖେଳିବ । ଏହି ମ୍ୟାଚ ପୂର୍ବରୁ ନିକଟରେ ବିରାଟ କୋହଲି ଓ ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଖବର ମିଳିଥିଲା । ଏହି ଖବର ଆସିବା ପରେ ରୋହିତ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଛନ୍ତି । ଏହା ସହ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ଖଣ୍ଡନ କରିଥିଲେ । କେବଳ ବିରାଟ କୋହଲି ନୁହେଁ ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ବିବାଦକୁ ଖଣ୍ଡନ କରିଥିଲେ । କେହି ହେଲେ ଖେଳରୁ ବଡ ନୁହେଁ । ସେ ଦଳ ସହ ଜଡିତ ଅଛନ୍ତି ଏବଂ କୌଣସୀ ବିବାଦ ନଥିବା ସ୍ପଷ୍ଟ କରିଥିଲେ ।

Related posts

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ହେଲେ ଗାଙ୍ଗୁଲି

Odisha Sports Bureau

ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ପାଇଁ ଦଳ ଚୟନ ପୂର୍ବରୁ ଖେଳାଳିଙ୍କ ଫିଟନେସ୍ ରିପୋର୍ଟ ପ୍ରକାଶ

Odisha Sports Bureau