Cricket

ଭାରତର ବଡ଼ ଜୟ: ତୃତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଅଭିଷେକ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଭାରତ ସହଜ ଜୟ ହାସଲ କରିଥିଲା। ଅଭିଷେକ ଶର୍ମା ମାତ୍ର ୨୦ ବଲରେ ୭ ଚୌକା ଓ ୫ ଛକା ସହ ୬୮* ରନ କରିଥିବା ବେଳେ, ସୂର୍ଯ୍ୟକୁମାର ଯାଦବ ୨୬ ବଲରେ ୬ ଚୌକା ଓ ୩ ଛକା ସହ ୫୬* ରନ କରିଥିଲେ। ଇଶାନ କିଶାନ ମଧ୍ୟ ୧୩ ବଲରେ ୨୮ ରନର ଦ୍ରୁତ ପାଳି ଖେଳିଥିଲେ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୫୩ ରନ କରିଥିଲା। ଏହାର ଉତ୍ତରରେ ଭାରତୀୟ ଦଳ ୧୦ ଓଭର ପୂର୍ବରୁ ଲକ୍ଷ୍ୟ ପୂରଣ କରି ନେଇଥିଲା। ଏହି ଜୟ ସହିତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୩-୦ ରେ କବଜା କରି ନେଇଛି, ଅବଶିଷ୍ଟ ୨ଟି ମ୍ୟାଚ ପୂର୍ବରୁ ହିଁ ସିରିଜ ଜିତିଛି।

Related posts

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau

ଅଲମ୍ପିକ୍ସରେ ସାମିଲ ହେବ କିକ୍ରେଟ

Odisha Sports Bureau

ଚୋରି ଅଭିଯୋଗରେ ଫସିଲେ ଷ୍ଟାର ଖେଳାଳୀ

Odisha Sports Bureau