Cricket

ଆଜି ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ

ବ୍ୟୁରୋ : ହାପି ବାର୍ଥ ଡ଼େ ମାହି । ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନି ତଥା ଟିମ୍ ଇଣ୍ଡିଆର କ୍ୟାପଟେନ କୁଲ୍‌ଙ୍କ ଆଜି ଜନ୍ମଦିନ । ଆଜି ଦିନରେ ୪୨ ବର୍ଷରେ ପର୍ଦାପଣ କରୁଛନ୍ତି କ୍ୟାପଟେନ କୁଲ୍ ଧୋନି । ଧୋନି ହେଉଛି ଗଭୀରତାର ସେହି ନାମ ଯେଉଁଥିରେ ଆପଣ ଯେତେ ତଳକୁ ଖସିଯିବେ ଆପଣ ସେତିକି ବୁଡ଼ିଯିବେ। ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିଥାନ୍ତି ମାହି | ତାଙ୍କୁ ନେଇ ଫ୍ୟାନ୍ସଙ୍କ ଇମୋସନ କହିଲେ ନସରେ | ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।  ୨୦୦୪ ମସିହାରେ ବାଂଲାଦେଶ ବିପକ୍ଷରେ କ୍ୟାରିଅର ଆରମ୍ଭ କରିଥିବା ଏହି ଦଗଜ ଖେଳାଳି ଆଇପିଏଲକୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍ ଫର୍ମାଟରୁ ଅବସର ନେଇ ସାରିଛନ୍ତି ।

ଆଇପିଏଲରେ ମଧ୍ୟ ଧୋନି ଚେନ୍ନାଇ ସୁପର କିଙ୍ଗସ ଦଳର ନେତୃତ୍ୱ ନେଉଛନ୍ତି । ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା । ସେହି ବର୍ଷ ସେ ଦେଶକୁ ଟି-ଟ୍ୱେଣ୍ଟି ଟ୍ରଫି ଜିତାଇଥିଲେ ।

ଜୁଲାଇ ୭, ୧୯୮୧ ମସିହାରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ ଧୋନୀ। ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲ୍‌ରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଶାନ୍ତ-ସରଳ ସ୍ୱଭାବର ଧୋନୀ ‘ହେଲିକ୍ୟାପ୍ଟର ସଟ’ ମାଧ୍ୟମରେ କିଣି ନେଇଛନ୍ତି ଭାରତୀୟଙ୍କ ହୃଦୟ।

Related posts

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau

ସ୍ପାଇଡର ମ୍ୟାନ୍‌ ପାଇଁ ଭଏସ ଦେବେ ଶୁବମନ ଗିଲ୍‌

ମହିଳା କ୍ରିକେଟରଙ୍କୁ ଉପହାର, ଦରମା ଦୁଇଗୁଣା ବଢାଇଲା ବିସିସିଆଇ

Odisha Sports Bureau