Cricket

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍

ରିପୋଟର୍ସ ଟୁଡେ ବ୍ୟୁରୋ:  ଆସିଲା ଆଇସିସି ଟେଷ୍ଟ ରାଙ୍କିଙ୍ଗର ତାଜା ରିପୋର୍ଟ । ଆସେସ୍ ସିରିଜର ତୃତୀୟ ମ୍ୟାଚ୍ ଶେଷ ହେବା ପରେ ଆଇସିସି ଏହି ତାଜା ରାଙ୍କିଙ୍ଗ ପ୍ରକାଶ କରିଛି । ତେବେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ-୫ ତାଲିକାରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ନିଜ ଦଳର ଖେଳାଳି ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁସେନଙ୍କୁ ପଛରେ ପକାଇ ଟେଷ୍ଟ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ ।

ଅନ୍ୟପଟେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କେନ୍ ୱିଲିୟମସନ୍ ନମ୍ବର ଏକ ପୋଜିସନରେ ଥିବାବେଳେ, ଟ୍ରାଭିସ୍ ହେଡ୍ ଦ୍ୱିତୀୟ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମ୍ ୩ୟ ସ୍ଥାନରେ ରହିଛନ୍ତି । ଏହା ପଛକୁ ଦୁଇ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁସେନ୍ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ନୂଆ ତାଲିକାରେ ଟ୍ରାଭିସ୍ ହେଡ୍ ଦୁଇଟି ସ୍ଥାନ ଉପରକୁ ଉଠିଥିବାବେଳେ, ବାବର ଆଜମ ୩ଟି ସ୍ଥାନ ଉପରକୁ ଉଠିଛନ୍ତି । ହେଲେ ଦୁଇ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ଏବଂ ଲାବୁସେନ୍ ଦୁଇଟି ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି ।
ସେପଟେ ଟେଷ୍ଟ ବୋଲିଂ ଏବଂ ଅଲରାଉଣ୍ଡର ତାଲିକାର ନମ୍ବର ଏକ ସ୍ଥାନରେ ଦୁଇ ଭାରତୀୟ ଖେଳାଳି ରହିଛନ୍ତି । ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନୀ ଏକ ନମ୍ବର ସ୍ଥାନରେ ରହିଥିବାବେଳେ, ଅଲରାଉଣ୍ଡରରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ବ୍ୟତୀତ ଜସପ୍ରୀତ ବୁମରା ଏବଂ ଜାଡେଜା ବୋଲିଂ ତାଲିକାର ଟପ-୧୦ ଭିତରେ ଥିବାବେଳେ, ଅଲରାଉଣ୍ଡର ତାଲିକାର ଟପ-୧୦ ଭିତରେ ଜାଡେଜାଙ୍କ ସହିତ ଅଶ୍ୱିନୀ, ଅକ୍ଷର ପଟେଲ ରହିଛନ୍ତି ।

Related posts

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଡ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

Odisha Sports Bureau