Cricket

ବିଶ୍ୱକପ ୧୯ : ବଲର୍ ମୂଲ୍ୟ ଦେଢ ଲକ୍ଷ

(ଓଡିଶା ସ୍ପୋର୍ଟ): ଭାରତ ଓ ପାକିସ୍ତାନ ମଧ୍ୟରେ ୧୬ ଜୁନରେ ମଞ୍ଚେଷ୍ଟରରେ ଖେଳାଯାଇଥିବା ସେହି ସ୍ମରଣୀୟ ମ୍ୟାଚ ବେଳର ବଲ ସବୁଠାରୁ ଅଧିକ ମୂଲ୍ୟ ରହିଥିଲା ଓ ଏହାକୁ ଅଫିସିଆଲି ୨୧୫୦ ଡଲାରରେ ବିକ୍ରି କରାଯାଇଥିଲା,ଯାହାକି ୧.୫୦ ଲକ୍ଷଠାରୁ ମଧ୍ୟ ଅଧିକ। ଉଲ୍ଲେଖନୀୟ ଯେ, ମ୍ୟାଚ ପରେ ବଲକୁ ଏକ ସ୍ମୃତି ଭାବରେ ବିକ୍ରି କରିଦିଆଯାଇଥାଏ। ତେବେ ଏହି ବଲର ମୂଲ୍ୟ ସବୁଠାରୁ ଅଧିକ ରହିଥିବା ବେଳେ ସେହି ଦିନ ହିଁ ବିକ୍ରି ହୋଇଯାଇଥିଲା
ଭାରତ-ପାକିସ୍ତାନର ଏହି ମ୍ୟାଚ ଏତେ ଖାସ୍ ରହିଥିଲା ଯେ, ଲୋକମାନେ ଏହାର ସ୍କୋରସିଟ୍ ଓ କଏନ୍ ମଧ୍ୟ କିଣିନେଇଥିଲେ। ପ୍ରତି ମ୍ୟାଚ ପରେ ମ୍ୟାଚ୍ ସମ୍ପର୍କିତ କୌଣସି ନା କୌଣସି ଜିନିଷ ଅଫିସିଆଲ ଓ୍ବେବସାଇଟରେ ବିକ୍ରି କରିଦିଆଯାଇଥାଏ, ଯେଉଁଠାରୁ ଲୋକମାନେ ସ୍ମୃତି ଭାବରେ କିଛି ମଧ୍ୟ କିଣିପାରିବେ। ଏହି ମ୍ୟାଚରେ ଟିମ୍ ପାଇଁ ଉପଯୋଗରେ ଅଣାଯାଇଥିବା କଏନର ମୂଲ୍ୟ ୧୪୫୦ ଡଲାର(ପ୍ରାୟ ଏକ ଲକ୍ଷ ଟଙ୍କା) ଥିଲା।
କୁଲଦୀପ ଯାଦବଙ୍କ ଏହି ବଲ ମାତ୍ର ୭୮ କିଲୋମିଟର/ଘଣ୍ଟା ପ୍ରତି ବେଗରେ ରହିଥିଲା। ବଲଟି ଅଫ ଷ୍ଟମ୍ପ ବାହାରେ ଟପ୍ପା ଖାଇ ବହୁତ ଦ୍ରୁତ ଗତିରେ ଭିତରକୁ ଆସିଥିଲା ଓ ବାବରଙ୍କ ଓ୍ବିକେଟ୍ ପତ୍ତନ ହୋଇଥିଲା। ମ୍ୟାଚରେ ଦେଖିବାକୁ ମିଳିଥିଲା ବଲଟି ୫.୮୦ ଡିଗ୍ରୀ ଟର୍ନ ନେଇଥିଲା ଓ ବେଗ ବହୁତ କମ୍ ଥିବା କାରଣରୁ ପାକିସ୍ତାନର ବ୍ୟାଟସମ୍ୟାନ ଏହାକୁ ଟିକେବି ବୁଝିପାରିନଥିଲେ। ବଲଟି ବାବରଙ୍କ ବ୍ୟାଟ୍ ଏବଂ ପ୍ୟାଡ୍ ଭିତର ଦେଇ ବାହାରି ଯାଇଥିଲା ଓ ସେ ବୋଲ୍ଡ ହୋଇଯାଇଥିଲେ। ଉଲ୍ଳେଖନୀୟ ଯେ, ୨୬ ବର୍ଷ ପୂର୍ବେ ସେନ ଓ୍ବାର୍ଣ୍ଣଙ୍କ ‘ବଲ୍ ଅଫ୍ ସେଞ୍ଚୁରି’ ୧୪ଡିଗ୍ରୀ ଟର୍ନ ନେଇଥିଲା, ଯେଉଁଥିରେ ଇଂଲଣ୍ଡର ବ୍ୟାଟସମ୍ୟାନ ମାଇକ୍ ଗୋଟିଙ୍ଗ ବୋଲ୍ଡ ହୋଇଯାଇଥିଲେ।

Related posts

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

Odisha Sports Bureau

ନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।

Odisha Sports Bureau

ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ

Odisha Sports Bureau