Cricket

ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ ବର୍ଷକୁ ୬୦୦ ମିଲିଅନ୍ ଡଲାରରୁ ବିସିସିଆଇ ୩୮.୫ ପ୍ରତିଶତ ଅର୍ଥ ରାଜସ୍ବ ପାଇବ। ଏହି ମଡେଲକୁ ଶୁକ୍ରବାର ଡର୍ବାନରେ ବସିଥିବା ଆଇସିସି ପରିଚାଳନା ପରିଷଦର ବାର୍ଷିକ ବୈଠକରେ ଅନୁମୋଦନ ମିଳିଥିବା ବିସିସିଆଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ସଂଘମାନଙ୍କୁ ଜଣାଇଛନ୍ତି ।

ଆଇସିସିର ନୂଆ ଅନୁଦାନ ବିତରଣ ମଡେଲ୍ ଅନୁସାରେ ପରବର୍ତ୍ତୀ ୪ ବ୍ୟବସାୟିକ ବର୍ଷରେ ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍ ଡଲାର ଆୟ କରିବ। ଯାହାକି ଆଇସିସିର ମୋଟ ଅନୁଦାନର ୪୦ ପ୍ରତିଶତ ବୋଲି କୁହାଯାଇଛି। ଜୟଙ୍କ ସୂଚନା ଅନୁସାରେ, ପୂର୍ବ ବ୍ୟବସାୟିକ ବର୍ଷଗୁଡ଼ିକରେ ବିସିସିଆଇକୁ ୨୨.୪ ପ୍ରତିଶତ ରାଜସ୍ବ ମିଳୁଥିଲା। କିନ୍ତୁ ଏବେ ତାହା ୩୮.୫ ପ୍ରତିଶତକୁ ବୃଦ୍ଧି ପାଇଛି। ତେଣୁ ବିସିସିଆଇର ଅଂଶୀଦାରରେ ଏହା ବଡ଼ ଧରଣର ଅଭିବୃଦ୍ଧି ବୋଲି କୁହାଯାଇଛି। ଆଇସିସି ସଦସ୍ୟ ରାଷ୍ଟ୍ରଙ୍କ ସହିତ ଆମର ମଜବୁତ୍ କୂଟନୈତିକ ଓ କୌଶଳପୂର୍ଣ୍ଣ ସହଭାଗୀତା ଯୋଗୁଁ ଭାରତ ବଡ଼ଧରଣର ଅଂଶ ପାଇପାରିଛି। ଏହା ପ୍ରତ୍ୟେକ ସଂଘଙ୍କ ନିରନ୍ତର ଉଦ୍ୟମ ଓ ଅବଦାନକୁ ଦର୍ଶାଉଥିବା ସେ କହିଛନ୍ତି। ଏଥିସହିତ ବିଶ୍ବ କ୍ରିକେଟରେ ଭାରତର ନାମକୁ ଉଚ୍ଚ କରିବା ସହ କ୍ରିକେଟର ହୃଦସ୍ପନ୍ଦନ ଭାରତରେ ହିଁ ରହିଥିବା ଏହା ସୂଚାଉଛି । ଆଇସିସିର ଆୟରୁ ଭାରତ ପାଇବାକୁ ଥିବା ଅଂଶରୁ କିଛି ଭାଗ ବିଶ୍ବ କ୍ରିକେଟର ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି ଜୟ ରାଜ୍ୟ ସଂଘମାନଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Related posts

ଆଜି ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲ କରିବ ଭାରତ

Odisha Sports Bureau

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ

Odisha Sports Bureau

ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷିତ