Wrestling

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ

ନୂଆଦିଲ୍ଲୀ:  ଦୁଇ ଦିନଧରି ଟ୍ରାଏଲ୍ସ ଚାଲିବା ପରେ ଭାରତୀୟ କୁସ୍ତି ମହାସଂଘ ଆଡହକ୍ କମିଟି ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କରିଛି। ଗ୍ରିକୋ ରୋମାନ ପୁରୁଷ ଓ ମହିଳା ବର୍ଗର ଫ୍ରିଷ୍ଟାଇଲ୍ ପାଇଁ ୬ ଜଣ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଛି। ତେବେ ମହିଳା ୫୩ କେଜି ଓ ପୁରୁଷ ୬୫ କେଜି ବର୍ଗରେ ଅନ୍ତିମ ପଂଘଲ ଓ ବିଶାଳ କାଲିରମଣଙ୍କୁ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ରବି କୁମାର ଦାହିୟା ଟ୍ରାଏଲ୍ସର ପ୍ରଥମ ରାଉଣ୍ଡରୁ ବିଦା ହୋଇ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଅତୀଶ ତୋଡ଼କର ତାଙ୍କୁ ପରାସ୍ତ କରିଥିଲେ ହେଁ ୫୭ କେଜି ଓଜନବର୍ଗରୁ ୨୩ ବର୍ଷରୁ କମ୍ ଖେଳାଳି ଅମନ ସେରାୱତ ଯୋଗ୍ୟତା ହାସଲ କରିଥିଲେ। ସେହିପରି ମହିଳାଙ୍କ ମଧ୍ୟରେ ବିଶ୍ବ ଚାମ୍ପିଅନସିପ୍ ପଦକ ବିଜେତା ସରିତା ମୋର୍ ଓ ଅଂଶୁ ମଲ୍ଲିକ ଏସିଆଡ୍ ଯୋଗ୍ୟତା ପାଇପାରିନାହାନ୍ତି। ଅଲିମ୍ପିଆନ୍ ସାକ୍ଷୀ ମଲ୍ଲିକ ଟ୍ରାଏଲ୍ସରେ ଭାଗ ନ ନେବାରୁ ସେ ମଧ୍ୟ ଏହି କ୍ରୀଡ଼ା ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି।

Related posts

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ହରିୟାଣା କୁସ୍ତି ତାରକା ଅନିତା ସେରଣ

ପୁନିଆଙ୍କ ସହିତ ଅନ୍ୟ ୪ ଖେଳାଳି ଫାଇନାଲରେ

Odisha Sports Bureau

ପୁଣି ଚର୍ଚ୍ଚାରେ ବିନେଶ ଫୋଗାଟ ଓ ବୃଜଭୂଷଣଙ୍କ ମଧ୍ୟରେ ବିବାଦ

Odisha Sports Bureau