Cricket

ଟି-୨୦ ବିଶ୍ୱକପ୍: ଜୁନ୍ ୪ରୁ ଆରମ୍ଭ, ଭାଗ ନେବେ ୨୦ ଦଳ

ରିପୋଟର୍ସ ଟୁଡେ ବ୍ୟୁରୋ:  ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କାର୍ୟ୍ୟସୂଚୀ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁନ ୪ରୁ ୩୦ ତାରିଖ ମଧ୍ୟରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ମୋଟ ୧୦ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଗତ ଟି-୨୦ ବିଶ୍ୱକପଠାରୁ ଆଗାମୀ ବିଶ୍ୱକପ ଟିକେ ଭିନ୍ନ ରହିବ କାରଣ ଏଥର ୧୬ ପରିବର୍ତ୍ତେ ୨୦ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

୨୦ଟି ଟିମକୁ ୫ ଲେଖାଏଁ ୪ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଟିମ ସୁପର-୮ ମ୍ୟାଚ ଖେଳିବେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ । ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ତେବେ ଆଇସିସି ର୍ୟାଙ୍କିଙ୍ଗ ଅନୁସାରେ ଶ୍ରେଷ୍ଠ ୧୦ ଟିମ ଚୟନ ସରିଛି । ୟୁରୋପ, ଇଷ୍ଟ ଏସିଆ, ଆମେରିକା, ଏସିଆ, ଆଫିକ୍ରା ଭଳି କିଛି ଟିମକୁ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ କ୍ୱାଲିଫାଏ କରିବାକୁ ପଡିବ ।

Related posts

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

Odisha Sports Bureau

WTC ଫାଇନାଲ ପୂର୍ବରୁ ଅଶ୍ୱିନୀ ଆହତ