Cricket

ଟି-୨୦ ବିଶ୍ୱକପ୍: ଜୁନ୍ ୪ରୁ ଆରମ୍ଭ, ଭାଗ ନେବେ ୨୦ ଦଳ

ରିପୋଟର୍ସ ଟୁଡେ ବ୍ୟୁରୋ:  ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କାର୍ୟ୍ୟସୂଚୀ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁନ ୪ରୁ ୩୦ ତାରିଖ ମଧ୍ୟରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ମୋଟ ୧୦ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଗତ ଟି-୨୦ ବିଶ୍ୱକପଠାରୁ ଆଗାମୀ ବିଶ୍ୱକପ ଟିକେ ଭିନ୍ନ ରହିବ କାରଣ ଏଥର ୧୬ ପରିବର୍ତ୍ତେ ୨୦ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

୨୦ଟି ଟିମକୁ ୫ ଲେଖାଏଁ ୪ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଟିମ ସୁପର-୮ ମ୍ୟାଚ ଖେଳିବେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ । ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ତେବେ ଆଇସିସି ର୍ୟାଙ୍କିଙ୍ଗ ଅନୁସାରେ ଶ୍ରେଷ୍ଠ ୧୦ ଟିମ ଚୟନ ସରିଛି । ୟୁରୋପ, ଇଷ୍ଟ ଏସିଆ, ଆମେରିକା, ଏସିଆ, ଆଫିକ୍ରା ଭଳି କିଛି ଟିମକୁ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ କ୍ୱାଲିଫାଏ କରିବାକୁ ପଡିବ ।

Related posts

ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍

କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦିଆଗଲା?

Odisha Sports Bureau

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

Odisha Sports Bureau