Cricket

ରେକର୍ଡ ପରେ ରେକର୍ଡ କରିଲା ଇଣ୍ଡିଆ ଟିମ

ପ୍ରଥମ ଦିନିକିଆରେ ଇଣ୍ଡିଆର ବଡ ବିଜୟ । ୫ ୱିକେଟରେ ଭାରତ ମାତ ଦେଇଛି ୱେଷ୍ଟଇଣ୍ଡିଜକୁ । ଗୁରୁବାର ବ୍ରିଜଟାଉନର କେଂସିଙ୍ଗଟନ ଓବାଲରେ ଅନୁଷ୍ଠିିତ ହୋଇଥିବା ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୧୧୫ରନର ଟାର୍ଗେଟ ଦେଇଥିଲେ । ଏହି ଲକ୍ଷ୍ୟକୁ ପିଛା କରି ମାତ୍ର ୨୨.୫ ଓଭରରେ ବିଜୟ ହାସଲ କରିଛି ଭାରତୀୟ ଦଳ । ତେବେ ଏହି ବିଜୟ ସହିତ ଅନେକ ରେକର୍ଡ ଭାଙ୍ଗିଛି ଏବଂ ସୃଷ୍ଟି ହୋଇଛି । ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ଦିନିକିଆରେ ଲଗାତାର ନବମ ବିଜୟ ହାସଲ କରିଛି । ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ।

ଉଭୟେ ୭ ଓ୍ବିକେଟ୍ ଅକ୍ତିଆର କରି ରେକର୍ଡ କରିଛନ୍ତି । କୌଣସି ମ୍ୟାଚରେ ଜାଡେଜା ଓ କୁଲଦୀପ ଯାଦବ ବାମହାତୀ ସ୍ପିନର ଯୋଡି ସାତ ଓ୍ବିକେଟ୍ ନେବାରେ ପ୍ରଥମ ଭାରତୀୟ । ଏହା ସହିତ ଚତୁର୍ଥ ଥର ପାଇଁ ଭାରତୀୟ ଟିମ୍ ଦିନିକିଆ ମ୍ୟାଚରେ ବିପକ୍ଷ ଦଳକୁ ମାତ୍ର ୨୩ ଓଭରରେ ଅଲଆଉଟ୍ କରିଛି । ଏହା ପୂର୍ବରୁ ୨୦୧୪ରେ ବାଂଲାଦେଶକୁ ମୀରପୁରରେ ୧୭.୪ ଓଭର ଅଲଆଉଟ୍ କରିଥିଲା । ସେହିପରି ୨୨ ଓଭରରେ ଶ୍ରୀଲଙ୍କାକୁ, ୨୩ ଓଭରରେ ଶ୍ରୀଲଙ୍କାକୁ ଜୋହାନ୍ସବର୍ଗରେ ଅଲଆଉଟ୍ କରି ରେକର୍ଡ କରିଛି ।

Related posts

ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପାକିସ୍ତାନ ଠାରୁ ପଛରେ ଭାରତ

Odisha Sports Bureau

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

Odisha Sports Bureau

ଟେଷ୍ଟ ଟିମ୍‌ରେ ରୋହିତଙ୍କୁ ସାମିଲ ନେଇ ଉଠିଲା ପ୍ରଶ୍ନ ……

Odisha Sports Bureau