Cricket

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

କୋଲକତାରେ ଖେଳାଯାଉଥିବା ସାଉଥ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ୍ ଆହତ ହୋଇଥିଲେ । ଟିମର ପ୍ରଥମ ଇନିଂସରେ ଶୁବମନ ଖେଳୁଥିବା ବେଳେ ବେକରେ ଆଘାତ ଲାଗିଥିଲା । ତେଣୁ ତୁରନ୍ତ ତାଙ୍କୁ ହସପିଟାଲରେ କରିବାକୁ ପଡିଥିଲା ଆଡମିଟ୍ । ସେଥିପାଇଁ ଦ୍ବିତୀୟ ଇନିଂସ ଖେଳିପାରିନଥିଲେ ଶୁବମନ । ଶୁବମନଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ଭାରତୀୟ ଟିମ । ଭାରତୀୟ ଟିମ ପୂରଣ କରିପାରିନଥିଲା ୧୨୪ ରନର ଛୋଟ ଟାର୍ଗେଟକୁ । ୩୦ ରନରେ ହାରିଥିଲା ଟିମ୍ ଇଣ୍ଡିଆ । ଶୁବମନ ଗିଲ୍ ହସପିଟାଲରୁ ହୋଇଛନ୍ତି ଡିସଚାର୍ଜ । କିନ୍ତୁ ଫିଟନେସକୁ ନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ ସ୍ଥିତି । ଶୁବମନଙ୍କୁ ନେଇ ଆଗାମୀ ୨୪ ଘଣ୍ଟା ଭିତରେ ସ୍ପଷ୍ଟ ଜଣାପଡିବ । କିନ୍ତୁ ଶୁବମନଙ୍କ ମାମଲାରେ କୌଣସି ତରିବରିଆ ନିଷ୍ପତ୍ତି ନେବାକୁ ଚାହୁଁନି ବିସିସିଆଇ । ଡାକ୍ତରଙ୍କ ପରାମର୍ଶ ପରେ ନିଆଯିବ ନିଷ୍ପତ୍ତି ।

ଶୁବମନ ଦ୍ବିତୀୟ ଟେଷ୍ଟ ଖେଳିପାରିବେ କି ନାହିଁ, ତାହା ମେଡିକାଲ ସ୍କାନ ପରେ ରିପୋର୍ଟ ଆସିବା ପରେ ଜଣାପଡିବ । ୨୨ ନଭେମ୍ବରରେ ଗୌହ୍ବାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଭାରତ-ସାଉଥ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ । ଗୌହ୍ବାଟୀ ଟେଷ୍ଟରୁ ଶୁବମନ ଗିଲ ବାଦ୍ ପଡିବା ପରେ ରିଷଭ ପନ୍ତ ସମ୍ଭାଳିବ ଦାୟିତ୍ବ । ଶୁବମନ ଗିଲଙ୍କ ଅନୁପସ୍ଥିତିରେ କୋଲକତା ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ରିଷଭ ପନ୍ତ । ଶୁବମନ ଗିଲ୍ ଦ୍ବିତୀୟ ଟେଷ୍ଟ ନ ଖେଳିଲେ, ତାଙ୍କ ସ୍ଥାନରେ ଖେଳିପାରନ୍ତି ସାଇ ସୁଦର୍ଶନ କିମ୍ବା ଦେବଦତ୍ତ ପାଡିକ୍କିଲ । ଦୁହିଁଙ୍କ ମଧ୍ୟରୁ ଜଣକୁ ଗୌହ୍ବାଟୀ ଟେଷ୍ଟ ମ୍ୟାଚରେ ୪ର୍ଥ ସ୍ଥାନରେ ଖେଳିପାରନ୍ତି । ଏହାକୁ ନେଇ ନିଷ୍ପତ୍ତି ନେବେ ଚୟନ କମିଟି ।

Related posts

ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପରିଦର୍ଶନ କଲେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା

Odisha Sports Bureau

ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା

Odisha Sports Bureau

କ୍ରିକେଟ ଜଗତରେ ଖେଳାଳି୧୦ ରନରେ ଅଲଆଉଟ

Odisha Sports Bureau