Cricket

ଟି ୨୦ ବିଶ୍ଵକପ ଫାଇନାଲରେ ଭାରତ

ଟି ୨୦ ବିଶ୍ଵକପ ଫାଇନାଲରେ ଭାରତ । ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଁଚିଛି ଭାରତ । ସାଉଥ୍ ଆଫ୍ରିକା ପ୍ରଥମ ଦଳ ଭାବେ ବିଶ୍ଵକପରେ ପହଞ୍ଚିଥିବା ବେଳେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ।
୨ ବ‌ର୍ଷ ତଳେ ଆଡିଲେଡ୍ ଓଭାଲରେ ଭାରତକୁ ସେମିଫାଇନାଲ୍‌ରେ ୧୦ ୱି‌କେଟ୍‌ରେ ହରାଇ ଇଂଲଣ୍ଡ ଫାଇନାଲ୍ ଖେଳିବା ସହ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା। ଭାରତ ଏବେ ଏହାର ଠିକଣା ପ୍ରତିଶୋଧ ନେଇଛି। ଗୁରୁବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତ ଶୋଚନୀୟ ଭାବେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଦେଇଛି। ଏଥି ସହ ଶନିବାର ଦକ୍ଷିଣ ଆଫ୍ରିକା ସହ ଭାରତ ବାର୍ବାଡସ୍‌ରେ ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଛି। ଏହି ବିଜୟ ସହ ଭାରତ ୧୦ବର୍ଷ ପରେ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଛି। ୨୦୧୪ରେ ଭାରତ ଶେଷଥର ପାଇଁ ଏହି ଫର୍ମାଟ୍‌ ବିଶ୍ବକପ୍‌ ଫାଇନାଲ୍‌ ଖେଳିଥିଲା।
ଗୁରୁବାର ରୋହିତ ଶର୍ମା (୩୯ ବଲ୍‌ରୁ ୫୭ ରନ୍) ଏବଂ ସୂର୍ଯ୍ୟକୁମାର ୟାଦବ (୩୬ ବଲ୍‌ରୁ ୪୭ ରନ୍)ଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ଭାରତୀୟ ବୋଲର ଅବଶିଷ୍ଟ କାମକୁ ସୂଚାରୁରୂପେ ତୁଲାଇ ଦେଇଥିଲେ। ଭାରତ ୧୭୧ ରନ୍‌ କରିବା ପରେ ଇଂଲିସ୍ ବ୍ୟାଟରଙ୍କୁ ଭାରତୀୟ ସ୍ପିନର୍‌ ୨୦ ବଲ୍‌ ପୂର୍ବରୁ ୧୦୩ ରନ୍‌ରେ ଅଲ୍ଆଉଟ୍ କରି ଦେଇଥିଲେ। ବିଶେଷ କରି ଅକ୍ଷର ପଟେଲ୍‌ ନିଜ ପ୍ରଥମ ୩ ଓଭରରେ ପ୍ରତିଥର ପ୍ରଥମ ବଲ୍‌ରେ ୱିକେଟ୍‌ ନେବାରୁ ଇଂଲଣ୍ଡ ଅଣ୍ଟା ଭାଙ୍ଗିଯାଇଥିଲା। ଅକ୍ଷର ପଟେଲ୍ (୪-୦-୨୩-୩)ଙ୍କୁ ତାଳ ଦେଇ ଅନ୍ୟତମ ବାମହାତୀ ସ୍ପିନର୍‌ କୁଲଦୀପ ୟାଦବ (୪-୦-୧୯-୩) ମଧ୍ୟ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇ ନଥିଲେ। ଭାରତର ପ୍ରିମିୟମ୍ ବୋଲର ଯଶପ୍ରୀତ୍ ବୁମରା (୨.୪-୦-୧୨-୨) ମଧ୍ୟ ଭାରତର ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ। ଅବଶିଷ୍ଟ ୨ ୱିକେଟ ଭାରତୀୟ କ୍ଷେତ୍ରରକ୍ଷକ ରନ୍‌ଆଉଟ୍ ରୂପରେ ହାସଲ କରିଥିଲେ। ଅକ୍ଷର ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Related posts

ୱେଷ୍ଟଇଣ୍ଡିଜକୁ ୬ ଓ୍ୱିକେଟ୍‌ରେ ହରାଇଲା ଇଣ୍ଡିଆ

Odisha Sports Bureau

ICC ନେଲା ବଡ଼ ଆକ୍ସନ, ବାଂଲାଦେଶ ଉପରେ ପୁଣି ନୂଆ ବିବାଦ

Odisha Sports Bureau

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ