Cricket

ଆଜିଠୁ ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ଏହି ୧୬ ଦଳୀୟ ପ୍ରତିଯୋଗିତା ୨୩ ଦିନ ଧରି ଚାଲିବାକୁ ଥିଲା ବେଳେ ମୋଟ ୪୧ ମ୍ୟାଚ୍‌ ଜିମ୍ବାୱେ ଓ ନାମିବ୍ୟାର ୫ଟି ସ୍ଥାନରେ ଖେଳାଯିବ । ଉଦ୍‌ଘାଟନୀ ଦିବସରେ ପ୍ରମୁଖ ଦାବିଦାର ଭାରତ ଭେଟିବ ଆମେରିକାକୁ । ଏହି ମ୍ୟାଚ୍‌ ଜିମ୍ବାୱେର ବୁଲାୱାଓରେ ଖେଳାଯିବ । ଏହି ମ୍ୟାଚ୍‌ ବାଦ୍‌ ପ୍ରଥମ ଦିନରେ ଆୟୋଜକ ଜିମ୍ବାୱେକୁ ଭେଟି ସ୍କଟଲାଣ୍ଡ ଏବଂ ପ୍ରଦାର୍ପଣକାରୀ ତାଞ୍ଜାନିଆକୁ ଭେଟିବ ୱେଷ୍ଟଇଣ୍ଡିଜ୍‌ । ଗତ ୧୬ ସଂସ୍କରଣରୁ ୫ଟିରେ ବିଜେତା ହୋଇଥିବା ଭାରତ ଷଷ୍ଠ ଟ୍ରଫି ଲକ୍ଷ୍ୟ ନେଇ ଗୁରୁବାର ପଡ଼ିଆକୁ ଓହ୍ଲାଇବ । ଗତ ୨୦୨୪ ସଂସ୍କରଣ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ହାରି ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ।

ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ବିଜେତା ହୋଇଥିଲା । ବିଶ୍ବକପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳ କାଗଜ କଲମରେ ଏକ ସନ୍ତୁଳିତ ଦଳ ରହିଛି । ଗତ ୧୬ ମ୍ୟାଚ୍‌ରୁ ଏହି ଦଳ ୧୩ ଜିତିଛି । ଏଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା ବିପକ୍ଷ ଶୃଙ୍ଖଳା ବିଜୟ ମଧ୍ୟ ରହିଛି । ଗ୍ରୁପ୍‌-ବି’ରେ ନ୍ୟୁଜିଲାଣ୍ଡ, ଆମେରିକା ଓ ବାଂଲାଦେଶ ସହ ଥିବା ଭାରତୀୟ ଦଳର ନେତୃତ୍ବ ଭାର ଆୟୁଷ ମହାତ୍ରେଙ୍କ ଉପରେ ଥିଲା ଉପଅଧିନାୟକ ରହିଛନ୍ତି ବିହାନ ମାଲହୋତ୍ରା । ଏଥିସହ ଦଳରେ ୧୪ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଥିଲା ବେଳେ ଗତ ଏସିଆ କପ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଆରୋନ ଜର୍ଜ (୨୨୮) ରହିଛନ୍ତି । ଦଳରେ ଥିବା ଅଭିଜ୍ଞ କୁଣ୍ଡୁଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ସବୁଠୁ ଚର୍ଚ୍ଚାରେ ଅଛନ୍ତି ୨୦୨୫ ଆଇପିଏଲ୍‌ରେ ୩୫ ବଲ୍‌ରୁ ଶତକ ଅର୍ଜନ କରିଥିବା ସୂର୍ଯ୍ୟବଂଶୀ । ଏମାନଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ଦୃଢ଼ ଥିଲା ବେଳେ ବୋଲିଂରେ ରହିଛନ୍ତି ଦ୍ରୁତ ବୋଲର ଦୀପେଶ ଦେବେନ୍ଦ୍ରନ, ଆର୍‌ଏସ୍‌ ଅମ୍ବ୍ରିସ, କିଶାନ ସିଂହ ଓ ହେନିଲ ପଟେଲ । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଭାରତ ୧୭ରେ ବାଂଲାଦେଶ ଏବଂ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ ।

Related posts

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

Odisha Sports Bureau

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau