Uncategorized

ବେଲଜିଆନ ଗ୍ରାଁପ୍ରିରେ ମ୍ୟାକ୍ସ ଭର୍ଷ୍ଟାପେନ ଚାମ୍ପିଅନ୍

ଷ୍ଟାଭେଲଟ : ପୋଲ ପୋଜିସନରେ ଫରାରିର ଚାର୍ଲ୍ସ ଲେକ୍ଲେର୍କ ଏବଂ ଫାଷ୍ଟେଟ୍ ଲାପ୍ରେ ୭ ଥର ବିଶ୍ ଚାମ୍ପିଅନ ମର୍ସିଡିସର ଲୁଇସ୍ ହାମିଲଟନ କିନ୍ତୁ ବେଲଜିଅ।ନ ଗ୍ରାଁପ୍ରିର ଫାଇନାଲ ରେସ୍ରେ ସମସ୍ତଙ୍କୁ ପଛରେ ପକାଇ ଚାମ୍ପିଅନ ହେଲେ ରେଡ୍ବୁଲର ମ୍ୟାକ୍ସ ଭର୍ଷ୍ଟାପେନ । ୪୪ ଲାପ୍ ବିଶିଷ୍ଟ ୩୦୮.୦୫୨ କି.ମି ରେସକୁ ୧:୨୨:୩୦.୪୫୦ ଟାଇମିଂ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ ।ସାଥି ସର୍ଜିଓ ପେରେଜ ଅତିରିକ୍ତ ୨୨.୩୦୫ ସେକେଣ୍ଡ ନେଇ ଦ୍ଵିତୀୟ ଏବଂ ଲେକ୍ଲେର୍କ ଅତିରିକ୍ତ ୩୨.୨୫୯ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି ପୋଡିୟମ ଶେଷ କରିଥିଲେ ।

ହାମିଲଟନ (+୪୯.୬୭୧ ସେକେଣ୍ଡ) ଚତୁର୍ଥ ସ୍ଥାନରେ ରହିଥିଲେ । ସିଜନରେ ୧୨ତମ ରେସ୍ରେ ଭର୍ଷ୍ଟାପେନ କ୍ରମାନ୍ୱ୍ୟରେ ଅଷ୍ଟମ ବିଜୟ ହାସଲ କରିଛନ୍ତି । ଏହା ତାଙ୍କର ସିଜନର ଦଶମ ବିଜୟ ଏବଂ ମୋଟ୍ ୩୧୪ ପଏଣ୍ଟ ହାସଲ କରି ଡ୍ରାଇଭର ଷ୍ଟାଣ୍ଡିଂରେ ଶୀର୍ଷ ସ୍ଥାନରେ ରହିବା ସହ ହ୍ୟାଟ୍ରିକ୍ ବିଶ୍ୱ୍ ଟାଇଟଲ ହାସଲ କରିବା ପାଇଁ ଦୃଢ଼ ଦାବିଦାର ହୋଇଛନ୍ତି । ସିଜନରେ ସମୁଦାୟ ୨୨ଟି ରେସ୍ ରହିଛି । ବାହାରିନ ଗ୍ରାଁପ୍ରିରୁ ସିଜନ ଅ ।ରମ୍ଭ ହୋଇଥିଲା, ଅ।ବୁଧାବି ଗ୍ରାଁପ୍ରିରେ ଶେଷ ହେବ । ପ୍ରଥମ ବାହାରିନ ଗ୍ରାଁପ୍ରିରେ ପୋଲ ପୋଜିସନରୁ ଭର୍ଷ୍ଟାପେନ ଅଭ୍ୟାସ ଅ।ରମ୍ଭ କରି ଫାଇନାଲରେ ମଧ୍ୟ ଚାମ୍ପିଅନ ହୋଇଥିଲେ । ୧:୩୩:୫୬.୭୩୬ ଟାଇମିଂ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ସାଉଦି ଅ ।ରବରେ ଭର୍ଷ୍ଟାପେନ ବିଫଳ ହୋଇଥିଲେ । ପେରେଜ ହୋଇଥିଲେ ଚାମ୍ପିଅନ ଏବଂ ସେ ଦ୍ଵିତୀୟ ସ୍ଥାନରେ ରହିଥିଲେ । ଅଷ୍ଟ୍ରେଲିଅ।ନ ଗ୍ରାଁପ୍ରିରେ ପୁଣି ଚାମ୍ପିଅନ ହୋଇ ସିଜନର ଦ୍ୱ୍ିତୀୟ ଟାଇଟଲ ଜିତିଥିଲେ ଭର୍ଷ୍ଟାପେନ

Related posts

ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

Odisha Sports Bureau

ଅଲିମ୍ପିକରେ କେରୋନା ମାଡ

Odisha Sports Bureau