Javelin Throw Uncategorized

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ | ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣିମ ସଫଳତା ଦେଇଥିବା ଖେଳାଳି ନୀରଜ ଚୋପ୍ରା | ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କବ୍‌ଜା କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଉଛନ୍ତି। ଅଲିମ୍ପିକ୍‌ ଓ ବିଶ୍ବ ଦୌଡ଼କୁଦ ବିଜେତା ନୀରଜ ଚୋପ୍ରାଙ୍କ ସମ୍ମାନ ପାଇଁ ମେରଠରେ ତାଙ୍କର ଏକ ପ୍ରତିମା ନିର୍ମିତ କରାଯାଇଥିଲା। ଏହି ପ୍ରତିମାଟି ସୁବର୍ଣ୍ଣ ରଙ୍ଗରେ ତିଆରି ହୋଇଥିଲା, ଯାହାକି ଦେଖିବାକୁ ଖୁବ ଆକର୍ଷଣୀୟ ରହିଥିଲା। ନିକଟରେ ଏହି ପ୍ରତିମାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ନୀରଜଙ୍କ ହାତରୁ ଜାଭଲିନ ଉଭେଇ ଯାଇଥିବା ଦେଖିବାକୁ ମିଳୁଛି।

ନୀରଜଙ୍କ ପ୍ରତିମାରୁ ଜାଭଲିନ ଚୋରି ହେବା ଘଟଣାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି। କାରଣ ନୀରଜଙ୍କ ପ୍ରତିମା ମେରଠର ହାପୁଡ଼ ବିମାନବନ୍ଦରସ୍ଥିତ ସ୍ପୋର୍ଟସ ସିଟି ନିକଟ‌ରେ ଥିବା ସତ୍ତ୍ବେ ତାଙ୍କ ହାତରୁ କେମିତି ଜାଭଲିନ ଚୋରି ହେଲା? ଏଠାରେ ତ ଜନଗହଳି ରହିବା ସହିତ ଘନଘନ ପୁଲିସ ପାଟ୍ରୋଲିଂ ହେଉଥାଏ। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ବି ରହିଛି। ଏହାପରେ ବି ଯଦି ନୀରଜଙ୍କ ହାତରୁ ଜାଭଲିନ ଚୋରି ହେଲା ତେବେ ସୁରକ୍ଷା ବ୍ୟବସ୍ଥା କେତେ କୋହଳ ସେଥିରୁ ସ୍ପଷ୍ଟ ଭାବେ ଅନୁମାନ କରି ହେଉଛି।

Related posts

ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

ଡାକ୍ତରଙ୍କ ପାହାଡ଼ଚଢ଼ା ନିଶା: ଏଲବ୍ରସ୍‌ ଜିତିଲେ ଆଦିତ୍ୟ, ଏଭରେଷ୍ଟ୍ ଆଗାମୀ ଲକ୍ଷ୍ୟ

Odisha Sports Bureau