Uncategorized

୩୭ତମ ଜାତୀୟ କ୍ରୀଡାରେ ଓଡିଶାକୁ ୫୮ଟି ପଦକ

କଟକ : ଗୋଆରେ ଚାଲିଛି ୩୭ ତମ ଜାତୀୟ କ୍ରୀଡା । ସେଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଓଡିଶା । ଏବେ ସୁଦ୍ଧା ଓଡିଶା ୫୮ଟି ପଦକ ଜିତି ଥିବା ବେଳେ ୧୦ଟି ସ୍ୱର୍ଣ୍ଣ,୧୮ଟି ରୌପ୍ୟ ଓ ୩୦ଟି କାଂସ୍ୟ ପଦକ ହାସଲକରିଛି । ପୂର୍ବରୁ ୨୦୨୨ରେ ଗୁଜୁରାଟ ଠାରେ ଆୟୋଜିତ ହୋଇଥିବା ଜାତୀୟ କ୍ରୀଡାରେ ଓଡିଶା ୬ଟି ସ୍ୱର୍ଣ୍ଣ, ୧୧ଟି କାଂସ୍ୟ ପଦକ ଜିତିଥିଲା । ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଓ ମହିଳା ଖୋଖୋ ଦଳ ରୌପ୍ୟ ପଦକ ଜିତିଥିଲେ। ରୌପ୍ୟ ବିଜୟୀ ଓଡ଼ିଶା ଖୋଖୋ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାର ଓ ରାଜ୍ୟ ଖୋଖୋ ସଂଘ ତରଫରୁ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ନେତୃତ୍ବରେ ଉଭୟ ଦଳ ଅଂଶଗ୍ରହଣ କରିଥିଲା। ଓଡ଼ିଶା ଦଳକୁ ରାଜ୍ୟ ସଂଘର ସଭାପତି ନାରାୟଣ ପାତ୍ର,ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ରଞ୍ଜିତ ପରିଡ଼ା, ଉପଦେଷ୍ଟା ଆଶୀର୍ବାଦ ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Related posts

ଚୀନରେ ଏସିଆନ୍ ପାରା ଗେମ୍ସ ଆରମ୍ଭ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ପ୍ୟାରିସ୍ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଲେ ଭାରତୀୟ ସୁଟର ଅଭନି ଲେଖରା

Odisha Sports Bureau