Cricket

ଅହମଦାବାଦରେ ଚାଲିଛି ଆଫଗାନିସ୍ତାନ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟକ୍କର

ଅହମଦାବାଦ: ସେମିଫାଇନାଲ ଲକ୍ଷରେ ଆଫଗାନିସ୍ତାନ । ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ଆଫଗାନିସ୍ତାନର ଏବେ ସେମିଫାଇନାଲ ଉପରେ ନଜର ରହିଛି । ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ୍ ଜିତିସାରିଥିବା ଆଫଗାନିସ୍ତାନକୁ ଉନ୍ନତ ରନ୍ରେଟ୍ ସହ ଆଉ ଗୋଟିଏ ବିଜୟ ଆବଶ୍ୟକ ହେଉଛି। ତେଣୁ ଶେଷ ମୁକାବିଲାରେ ଆଜି ନିଜର ଭାଗ୍ୟ ପରିକ୍ଷା କରୁଛି ଆଫଗାନିସ୍ତାନ । ଅହମଦାବାଦରେ ଚାଲିଛି ଆଫଗାନିସ୍ତାନ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟକ୍କର । ଏଥିରେ ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଛି ଆଫଗାନିସ୍ତାନ ।ତାଙ୍କ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବୋଲିଙ୍ଗ୍ ଜାରିରଖିଛି । ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ସ୍ଥାନ ପକ୍କା କରିସାରିଛି। ତଥାପି ଏହି ଦଳ ବିଜୟ ଧାରା ଅବ୍ୟାହତ ରଖିବାକୁ ଚାହିବ।
ସୂଚନା ଅନୁଯାୟୀ, ଆଫଗାନିସ୍ତାନ ୨୩ ଓଭର୫ବଲରେ ୪ଟି ୱିକେଟ ହରାଇ ୯୪ ରନ ସଂଗ୍ରହ କରିଛି । ଏବେ ଟେବୁଲ୍ରେ ପାକିସ୍ତାନ ସହ ଆଫଗାନିସ୍ତାନ ସମାନ ପଏଣ୍ଟରେ ଅଛି। ନ୍ୟୁଜିଲାଣ୍ଡ ଶେଷ ମ୍ୟାଚ୍ ଜିତି ୧୦ ପଏଣ୍ଟରେ ପହଞ୍ଚିସାରିଛି। ତେଣୁ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନ ବିଜୟ ହିଁ ସେମିଫାଇନାଲ୍ରେ ପହଞ୍ଚାଇପାରିବ। ତଥାପି ବର୍ତ୍ତମାନସୁଦ୍ଧା ଆଫଗାନିସ୍ତାନ ଖେଳାଳିମାନେ ଦେଇଥିବା ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି।

Related posts

ପରାଜୟ ପରେ ମହମ୍ମଦ ଶାମ୍ମିଙ୍କୁ ଆଲିଙ୍ଗନ କଲେ ମୋଦି; ଡ୍ରେସିଂ ରୁମରେ ଭାବବିହ୍ୱଳର ଚିତ୍ର

Odisha Sports Bureau

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau