Cricket

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

ବ୍ୟୁରୋ : କ୍ରକେଟରୁ ୫ ଦିନ ପୂର୍ବେ ସନ୍ୟାସ ନେଇଥିବା କ୍ରିକେଟର ମନୋଜ ତିୱାରୀ ନିଜ ନିଷ୍ପତି ବଦଳାଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ମନୋଜ ଏବେ ବେଙ୍ଗଲ ପାଇଁ ଖେଳିବାକୁ ଚାହୁଁଛନ୍ତି । ବେଙ୍ଗଲ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ତାଙ୍କୁ ଖେଳ ଜାରି ରଖିବା ନିମନ୍ତେ ଅନୁରୋଧ କରିଛନ୍ତି । ଗତ ବର୍ଷ ତାଙ୍କ ନେତୃତ୍ୱରେ ରଣଜି ଟ୍ରଫି ଖେଳି ବେଙ୍ଗଲ ଟିମ ରନର ଅପରେ ଥିଲେ । ତେବେ ଏନେଇ ଆଧିକାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ମନୋଜ ନିଜେ ପ୍ରେସ ମିଟରେ ସୂଚନା ଦେବେ ବୋଲି ଜଣାପଡିଛି । ବର୍ତ୍ତମାନ ମମତା ସରକାରରେ କ୍ରୀଡାମନ୍ତ୍ରୀ ଅଛନ୍ତି ମନୋଜ ତିୱାରୀ।

Related posts

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

Odisha Sports Bureau

ଦିନିକିଆ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି ବ୍ୟାଟର ଷ୍ଟାର ଋଷଭ ପନ୍ତ

Odisha Sports Bureau

ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ୪ର୍ଥ ଏକ ଦିବସୀୟ; ୪ ରନରେ ଜିତିଲା ଶ୍ରୀଲଙ୍କା