Cricket

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

କୋଲକାତା: ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଗତକାଲି ରାତି୯ଟା ସମୟରେ ନିଆଁ ଲାଗିଛି । ଡ୍ରେସିଂ ରୁମରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ନିଆଁ ଲିଭାଇବାପାଇଁ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି ।

ଅକ୍ଟୋବର ୫ରୁ ବୁଶ୍ୱକପ ମ୍ୟାଚ ଅରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚକୁ ନଜରରେ ରଖି ଷ୍ଟାଡିୟମରେ ରିନୋଭେସନ କାର୍ଯ୍ୟ ଆରମ୍ଭ କରାଯାଇଛି । ହଠାତ ନିଆଁ ଲାଗିବା ଯୋଗୁଁ ଷ୍ଟାଡିୟମର ଡ୍ରେସିଂ ରୁମ ଜଳି ପାଉଁଶ ହୋଇଯାଇଛି ।ଡ୍ରେସିଂରୁମରେ ଥିବା ସବୁ ଜିନିଷ ପୋଡିଯାଇଛି ।ତେବେ ଏହି ଦୁର୍ଘଟଣାରେ କେହି ଆହାତ ହୋଇନଥିବାର ସୂଚନା ମିଳିଛି ।

ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ମ୍ୟାଚ୍ ୨୮ ଅକ୍ଟୋବରରେ ହେବାକୁ ରହିଛି । ଏଠାରେ ସେମିଫାଇନାଲ ସହିତ ୫ଟି ମ୍ୟାଚ୍ ଖେଳାଯିବ । ତେଣୁ ଷ୍ଟାଡିୟମ କାମ ଜୋରସୋରରେ ଚାଲିଥିଲା । ଆଉ ଏହି ଘଟଣା କ୍ରିକେଟ ଆସୋସିଏସନ ଅଫ ବଙ୍ଗାଳର ଚିନ୍ତା ବଢାଇଦେଇଛି । ସିଏବିର ସଚିବ ଦେବବ୍ରତ ଦାସ ଷ୍ଟାଡିୟମରେ ପହଞ୍ଚି ତଦାରଖ କରୁଛନ୍ତି ।

Related posts

ବିଶ୍ୱକପ ସେମିଫାଇନାଲ : କିଏ ଭେଟିବ କାହାକୁ?

୪ ମାସ ହେବ ଦରମା ନମିଳିବାରୁ ପିସିବିକୁ ଧମକ ଦେଲେ ପାକିସ୍ତାନ ଖେଳାଳି; ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

Odisha Sports Bureau

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

Odisha Sports Bureau