Cricket

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

ମୁମ୍ବାଇ:ଦିନିକିଆ ବିଶ୍ୱକପକୁ ଆଉ ୫୫ଦିନ ବାକି ଅଛି । ଏହି ସମୟରେ ରେହିତ ଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହାକୁ ନେଇ କ୍ରିକେଟ ଫ୍ୟାନ ମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିବା ଦେଖିବାକୁ ମିଳିଛି ।

ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ମତରେ, ଦୀର୍ଘ ୧୨ ବର୍ଷ ପରେ ଭାରତକୁ ଫେରୁଛି ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ୨୦୧୧ରେ ଶେଷ ଥର ପାଇଁ ବିଶ୍ୱକପର ଆୟୋଜନ ହୋଇଥିଲା । ଏଥିରେ ବାଂଲାଦେଶ ମଧ୍ୟ ସହ ଆୟୋଜକ ଥିଲା । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପର ଆୟୋଜନ ଭାରତକୁ ମିଳିଛି । ତେବେ ଭାରତରେ ଏହି ବିଶ୍ୱକପର ଖେଳାଯିବାକୁ ଥିବା ବେଳେ ହୋମ ଟିମକୁ ବେଶ୍‌ ଲାଭ ମିଳିବ । ଏହାସହିତ ଭାରତୀୟ ଟିମ୍‌ ମଧ୍ୟ ସନ୍ତୁଳିତ ଅଛି । ଘରୋଇ ପିଚର ଲାଭ ଭାରତୀୟ ଟିମ୍‌ ବେଶ୍‌ ଭଲ ଭାବରେ ଉଠାଇପାରିବ ।

Related posts

ଭାରତୀୟ ଖେଳାଳିଙ୍କ ଆଘାତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିସିସିଆଇ…

Odisha Sports Bureau

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ: ଏମସିସିର ୩ ସଦସ୍ୟ ନିଲମ୍ବିତ