Cricket

BCCI ତରଫରୁ ସଚିନଙ୍କୁ ‘ଗୋଲ୍ଡେନ୍ ଟିକେଟ’

ଅକ୍ଟୋବର ୫ରୁ ଭାରତରେ ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବ । ଏଥିପାଇଁ BCCI  ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଭାରତର ଆଇକନ୍ ଗୁଡିକୁ ସ୍ୱତନ୍ତ୍ର ଟିକେଟ୍ ଦେବାକୁ ବୋର୍ଡ ଯୋଜନା କରିଛି। ଏହାର ନାମ ‘ ଗୋଲ୍ଡେନ୍ ଟିକେଟ୍ ଫର ଇଣ୍ଡିଆ ଆଇକନ୍ସ ରଖାଯାଇଛି। ଏହା ଅଧୀନରେ ବଲିଉଡର ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଥମ ଗୋଲ୍ଡ ଟିକେଟ ଦିଆଯାଇଥିଲା । ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ଟିକେଟ ଦିଆଯାଇଛି।

ନିକଟରେ ବିସିସିଆଇ X (ଟ୍ୱିଟର) ରେ ଏକ ପୋଷ୍ଟ ସେୟାର କରିଛି । ଏଥିରେ ଜୟ ଶାହା ସଚିନଙ୍କ ସହ ନଜର ଆସିଛନ୍ତି। ଜୟ ଶାହା ସଚିନଙ୍କୁ ଗୋଲ୍ଡ ଟିକେଟ ଦେଇଛନ୍ତି। ବିସିସିଆଇ କ୍ୟାପସନରେ ଲେଖିଛିନ୍ତି , ଦେଶ ଏବଂ କ୍ରିକେଟ୍ ପାଇଁ ସ୍ୱତନ୍ତ୍ର ମୁହୂର୍ତ୍ତ ।

Related posts

ଗୌତମ ଗମ୍ଭୀରଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ଅବସ୍ଥାରେ ଅଛନ୍ତି କି? ଏକ ଆଶ୍ଚର୍ଯ୍ୟଜନକ ଡ୍ରେସିଂ ରୁମ୍ ସତ୍ୟ ପ୍ରକାଶ ପାଇଛି।

Odisha Sports Bureau

ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ

Odisha Sports Bureau

ଭାରତକୁ ଏବେ ଭଗବାନ ଭରସା, ଜିମ୍ବାୱେ ବିପକ୍ଷ ମ୍ୟାଚ୍ ରେ କର ବା ମର ସ୍ଥିତି

Odisha Sports Bureau