Football

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଦଳ

ନୂଆଦିଲ୍ଲୀ : ଏକ ଚାଞ୍ଚଲ୍ୟକର ଖବର ମଙ୍ଗଳବାର ଭାରତୀୟ କ୍ରୀଡ଼ା ଦୁନିଆକୁ ଦୋହଲାଇ ଦେଇଛି । ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁସାରେ ଭାରତୀ । ଫୁଟବଲ ଦଳ ଚୟନ ଜଣେ ଜ୍ୟୋତିଷଙ୍କ ପରାମର୍ଶରେ ହୋଇଥିଲା । ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ପୂର୍ବତନ ସମ୍ପାଦକ କୁଶାଲ ଦାସଙ୍କ ଜରିଆରେ ଜ୍ୟୋତିଷ ଭୂପେଶ ଶର୍ମା କେଉଁଠି ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଆଇଗର ଷ୍ଟିମାକଙ୍କୁ ପରାମର୍ଶ ଦେବା ପରେ ଦଳ ଚୟନ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ତତ୍କାଳୀନ ସମ୍ପାଦକ କୁଶାଲ ଦାସ ଏହି ରିପୋର୍ଟକୁ ସ୍ୱୀକାର କରିଛନ୍ତି। କୁଶାଲ କହିଛନ୍ତୁ ମୁଁ ହିଁ ଭୂପେଶ ଶର୍ମା ଏବଂ ଆଇଗର ଷ୍ଟିମାକଙ୍କୁ ଭେଟାଭେଟି କରିଦେଇଥିଲି । ଅବଶ୍ୟ ଏହି ଘଟଣାଟି ଗତବର୍ଷର ବୋଲି ଜଣାପଡ଼ିଛି ।

୨୦୦୨ ମସିହାର ମେ-ଜୁନ୍ ମାସ ମଧ୍ୟରେ ହୋଇଥିବାବେଳେ ଏହି ପରାମର୍ଶ ପାଇଁ ଭୂପେଶଙ୍କୁ ୧୨ରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମଧ୍ୟ କୁଶାଲ ପ୍ରକାଶ କରିଛନ୍ତି । ୨୦୨୨ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଏଏଫସି କପ୍ ମ୍ୟାଚ୍ ଖେଳିଥିଲା । ଏଥି ପାଇଁ ଦଳ ଚୟନ ପୂର୍ବରୁ ଷ୍ଟିମାକ୍ ଏଭଳି ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ । ଏପରିକି ଚୂଡାନ୍ତ ଏକାଦଶ କିଭଳି ରହିବ ଭୂପେଶ ନିର୍ଦ୍ଧାରଣ କରିଥିଲେ । ୨୦୨୨ ଜୁନ୍ ୧୧ ତାରିଖରେ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାର ଦୁଇ ଦିନ ପୂର୍ବରୁ ଜୁନ୍ ୯ ତାରିଖରେ ଖେଳାଳି ତାଲିକା ଜାରି ହୋଇଥିଲା । ପ୍ରତି ଖେଳାଳିଙ୍କ ପାଇଁ ଭୂପେଶ ନିଜ ଟିପ୍ପଣୀ ଦେବା ପରେ ଷ୍ଟିମାକ୍ ଦଳ ଚୟନ କରିଥିଲେ । “ସେ ଭଲ କରିପାରିବେ କେବଳ ମାତ୍ରାଧିକ ଆତ୍ମବିଶ୍ୱାସରେ ରହିବାର ଆବଶ୍ୟକତା ନାହିଁ’, “ସେଦିନ ଏହି ଖେଳାଳି ହାରାହାରି ଖେଳିବେ’, “ଆଜି ସେ ଭଲ ଖେଳିବାର ସମ୍ଭାବନା କ୍ଷୀଣ’, “ମ୍ୟାଚ୍ ଦିନ ପାଇଁ ସେ ଭଲ ଓ ମାତ୍ରାଧିକ ଆକ୍ରମଣାତ୍ମକ ହୋଇପାରନ୍ତି” । ଭୂପେଶ ଏଭଳି ଭାବେ ପ୍ରତି ଖେଳାଳିଙ୍କ ନାମ ବିପକ୍ଷରେ ଟିପ୍ପଣୀ ରଖିଥିଲେ ।

ସଂଯୋଗବଶତଃ ଭାରତୀୟ ଫୁଟବଲର ଦୁଇ ବଡ଼ ଖେଳାଳିଙ୍କ ସପକ୍ଷରେ ଭୂପେଶ କିଛି ଉଲ୍ଲେଖ କରିନଥିଲେ । ଭାରତ କିନ୍ତୁ ସେହି ମ୍ୟାଚକୁ ୨-୧ରେ ଜିତିଯାଇଥିଲା । ଭାରତ ଗତବର୍ଷ ମେ ଓ ଜୁନ୍ ମାସ ମଧ୍ୟରେ ଜୋର୍ଡାନ୍, କାମ୍ବୋଡିଆ, ଆଫଗାନିସ୍ତାନ ଓ ହଂକଂ ବିପକ୍ଷରେ ଖେଳିଥିଲା । ପ୍ରତିଟି ମ୍ୟାଚ୍ ପୂର୍ବର ଷ୍ଟିମାକ୍ ଏଭଳି ଭାବେ ଭୂପେଶଙ୍କ ପରାମର୍ଶ ନେଉଥିଲେ । ସେହି ବର୍ଷ ଜୁନ୍ ୮ ଓ ୧୪ ତାରିଖରେ କୋଲକାତାରେ ଭାରତ ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିବା ସମ ।ରେ ମଧ୍ୟ ଉଭୟ ପରସ୍ପରକୁ ଭେଟିଥିଲେ । ମ୍ୟାଚ୍ ପରେ ମଧ୍ୟ ଭୂପେଶ ବାର୍ତ୍ତା ପଠାଇ ଖେଳାଳିଙ୍କ ପ୍ରଦର୍ଶନ ସମୀକ୍ଷା ପଠାଇବାକୁ ଅନୁରୋଧ କରୁଥିଲେ । ସବୁକିଛି ଠିକ୍ ଥିଲା, ଦେଖା ହେଲେ ମୁଁ ବିସ୍ତୃତ କହିବି ବୋଲି ଷ୍ଟିମାକ୍ ମଧ୍ୟ ବାର୍ତା ପଠାଇଥିଲେ । ଏହା ପରେ ପରସ୍ପର ସହ ଭେଟ ହୋଇଥିଲା ଏବଂ ହଂକଂ ବିପକ୍ଷ ଲାଗି ଚୂଡାନ୍ତ ଏକାଦଶ ପ୍ରସ୍ତୁତ କରିଥିଲେ ।

ଭାରତ ମଧ୍ୟ ସେହି ମ୍ୟାଚ୍ ଜିତିଥିଲା ଏବଂ ଏସିଆନ୍ କପ୍ ଯୋଗ୍ୟତା ଅର୍ଜନ କରିଥିଲା । ପରସ୍ପର ମଧ୍ୟରେ ଏଭଳି ଶତାଧିକ ବାର୍ତ୍ତା ଆଦାନପ୍ରଦାନ କରାଯାଇଥିବା ମଧ୍ୟ କୁଶାଲ ଦାବି କରିଛନ୍ତି । କେବଳ ଦଳ ଚୟନ ନୁହେଁ ଖେଳାଳିଙ୍କ ଆହତ ସମସ୍ୟା ଏବଂ ବଦଳ ଖେଳାଳି ଯୋଜନା ମଧ୍ୟ ଉଭୟ ମିଳିତ ଭାବେ ନିର୍ଦ୍ଧାରଣ କରୁଥିଲେ । ଷ୍ଟିମାକ ମଧ୍ୟ ଜୋର୍ଡାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭୂପେଶଙ୍କୁ ଅନୁରୋଧ କରି ମତ ଦେବାକୁ କହିଥିଲେ । ଜଣେ ର୍ନିଦ୍ଧିଷ୍ଟ ପୁରୋଭାଗ ଖେଳାଳିଙ୍କ ସମ୍ପର୍କରେ ମଧ୍ୟ ଷ୍ଟିମାକ ପରାମର୍ଶ ମାଗିଥିଲେ ।

କହିବାକୁ ଗଲେ ସମ୍ପୂର୍ଣ୍ଣ ଦଳ ଚୟନରେ ଭୂପେଶ ର୍ନିଣ୍ଣାୟକ ନିଷ୍ପତ୍ତି ନେଉଥିଲେ ବୋଲି କୁଶାଲ ଦାସ ପ୍ରକାଶ କରିଛନ୍ତି । ମୁଁ ମଧ୍ୟ ଭୂପେଶଙ୍କୁ ଭେଟିଛି । ସେ ଅନେକ ଟେଲିକମ୍ କମ୍ପାନି ଓ ବଲିଉଡ୍ ବ୍ୟକ୍ତିଙ୍କ ପାଇଁ କାମ କରିଛନ୍ତି । ମୁଁ ସେତେବେଳେ ଏସିଅ ।ନ୍ କପ୍ ଯୋଗ୍ୟତା ନେଇ ଚିନ୍ତିତ ଥିଲି, ସମାନ ଅ ।ଶଙ୍କାରେ ମଧ୍ୟ ଥିଲେ ଷ୍ଟିମାକ୍ । ସଚ୍ଚୋଟତାର ସହ କହିଲେ ପରିସ୍ଥିତି ସହଜ ନଥିଲା । ଭାରତ କିଭଳି ଯୋଗ୍ୟତା ଅର୍ଜନ କରିବ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ମୁଁ ଷ୍ଟିମାକଙ୍କୁ ଭେଟାଇବା ପରେ ଭୂପେଶଙ୍କ ସେବା ନେଇଥିଲୁ । କୋଲକାତାରେ ସେ ପରସ୍ପର ସହ ନିୟମିତ ଭେଟୁଥିଲେ । ଏହି ବିବାଦ ସମ୍ପର୍କରେ କିନ୍ତୁ କେଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ଏଅ ।ଇଏଫ୍ଏଫ୍ ସଭାପତି କଲ୍ୟାଣ ଚେବେ ଏବଂ ସମ୍ପାଦକ ସାଜି ପ୍ରଭାକରନ ।

Related posts

ସୋସିଆଲ ମିଡିଆରେ ଗୁଜବ: ରୋନାଲଡୋଙ୍କୁ ମିଳିନି ସ୍ୱର୍ଣ୍ଣିମ ବାଇକ୍

Odisha Sports Bureau

ଏସିଆନ୍ କପ୍ ଫୁଟବଲ କାତାର ଚାମ୍ପିୟନ

Odisha Sports Bureau

ଆଇ ଲିଗ୍ : ଶିଲାଁଙ୍ଗ ଲାଯୋଙ୍ଗକୁ ୨-୧ରେ ହରାଇ ନେରୋକା ଅଙ୍କତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା

Odisha Sports Bureau

Leave a Comment