Cricket

ଟି -୨୦ ବିଶ୍ୱକପ ପାଇଁ ଏହି ୭ ଟି ସ୍ଥାନକୁ ଅନୁମୋଦନ; ୱେଷ୍ଟଇଣ୍ଡିଜ୍ ସହିତ ଆମେରିକା କରିବ ଆୟୋଜନ

ମୁମ୍ବାଇ: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ୍ ୨୦୨୪ ଜୁନ୍ ମାସରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜୁନ୍ ୪ ରୁ ୩୦ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବ। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ବିଶ୍ୱକପ୍ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି କାରିବିଆର ୭ ଟି ସ୍ଥାନକୁ ଅନୁମୋଦନ କରିଛି । ଏହି ୭ ଟି ସ୍ଥାନରେ ଏଣ୍ଟିଗୁଆ, ବାରବୁଡା, ଡୋମିନିକା, ଗୁୟାନା, ସେଣ୍ଟ ଲୁସିଆ, ସେଣ୍ଟ ଭିସେଣ୍ଟ ଏବଂ ଗ୍ରେନେଡାଇନ୍ସ ଏବଂ ତ୍ରିନିଦାଦ ଏବଂ ଟୋବାଗୋ ଅନ୍ତର୍ଭୁକ୍ତ। ଏହାପୂର୍ବରୁ ୨୦୨୨ ଟି -୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ହୋଇଥିଲା ଯେଉଁଥିରେ ଇଂଲଣ୍ଡ ବିଜେତା ହୋଇଥିଲା ।
ୱେଷ୍ଟଇଣ୍ଡିଜ୍ ର ସାତୋଟି ସ୍ଥାନ ବ୍ୟତୀତ ଆମେରିକାର ତିନୋଟି ସହରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ – ଡଲାସ୍, ଫ୍ଲୋରିଡା ଏବଂ ନ୍ୟୁୟର୍କ ରଖାଯାଇଛି । ଏହି ଟୁର୍ନାମେଣ୍ଟ ମୋଟ ୧୦ ଟି ସ୍ଥାନରେ ଖେଳାଯିବ । ଏହି ଟୁର୍ନାମେଣ୍ଟରେ ମୋଟ ୨୦ ଟି ଦଳ ୫୫ ଟି ମ୍ୟାଚ୍ ଖେଳିବେ।
ୱେଷ୍ଟଇଣ୍ଡିଜ୍ ର ସାତୋଟି ସ୍ଥାନକୁ ନେଇ ଆଇସିସି ମୁଖ୍ୟ କାର୍ୟ୍ୟନିର୍ବାହୀ ଜିଓଫ୍ ଆଲାର୍ଡିସେ କହିଛନ୍ତି: “ସାତଟି କାରିବିଆ ସ୍ଥାନ ଘୋଷଣା କରି ଆମେ ଆନନ୍ଦିତ, ଯାହା ଏପର୍ଯ୍ୟନ୍ତିର ସର୍ବ ବୃହତ ଆଇସିସି ଟି -୨୦ ବିଶ୍ୱକପ୍ ଆୟୋଜନ କରିବ, ଯେଉଁଠାରେ ୨୦ ଟି ଦଳ ଟ୍ରଫି ପାଇଁ ଲ ଢ଼େଇ କରିବେ। ଏହା ସମସ୍ତ ଖେଳାଳି ଏବଂ ପ୍ରଶଂସକଙ୍କ ପ୍ରସିଦ୍ଧ ସ୍ଥାନ ।
ଏହା ମଧ୍ୟ କୁହାଯାଇଛି ଯେ, “ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ଏହା ତୃତୀୟ ଆଇସିସି ସିନିୟର ପୁରୁଷ ଇଭେଣ୍ଟ ହେବ ଏବଂ ମ୍ୟାଚ୍ ପୁଣି ଥରେ କ୍ରିକେଟ୍ ପ୍ରଶଂସକଙ୍କୁ କାରିବିଆରେ ଏକ ସ୍ୱତନ୍ତ୍ର କ୍ରିକେଟ୍ ଅନୁଭୂତି ଦେବ। ସେମାନଙ୍କ ଅବଦାନ ପାଇଁ ମୁଁ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଏବଂ ୭ ଜଣ ଆୟୋଜକ ସରକାରଙ୍କୁ ଧନ୍ୟବାଦ ଜଣାଉଛି।
ଏହା ସହ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ର ସିଇଓ ଜନି ଗ୍ରେଭ୍ କହିଛନ୍ତି, “ଇତିହାସର ସବୁଠୁ ବଡ ଆଇସିସି ଟି -୨୦ ବିଶ୍ୱକପ ପାଇଁ ସ୍ଥାନ ଘୋଷଣା କରିବା ଏହା ଏକ ରୋମାଞ୍ଚକର ମୁହୂର୍ତ୍ତ, ଆସନ୍ତା ବର୍ଷ ଜୁନ୍ ମାସରେ ୨୦ ଟି ଦଳ ୫୫ ଟି ମ୍ୟାଚ୍ ଖେଳିବେ। ଆମେ ନିଶ୍ଚିତ ଯେ ଆମେ ଏକ ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରିବୁ ଯାହା ଆମ ସଂସ୍କୃତି ସହିତ ଅଞ୍ଚଳର ସର୍ବୋତ୍ତମ ପ୍ରଦର୍ଶନ ହେବ।

Related posts

ବିଜୟ ପରେ ବି ଶୀର୍ଷରେ ପହଞ୍ଚି ପାରିଲାନି ଆରସିବି , ଜାଣନ୍ତୁ ପଏଣ୍ଟ ଟେବୁଲରେ ଦଳର ସ୍ଥିତି …

Odisha Sports Bureau

ଋାହୁଲଙ୍କୁ ଅଫର ଦେଲା କେକେଆର !

ଆସନ୍ତା କାଲିର ଫାଇନାଲ ମ୍ୟାଚ ପାଇଁ ବାର୍ବାଡୋସରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି

Odisha Sports Bureau