Cricket

ଆସନ୍ତା କାଲିର ଫାଇନାଲ ମ୍ୟାଚ ପାଇଁ ବାର୍ବାଡୋସରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ; ଟି -୨୦ ବିଶ୍ୱକପ ୨୦୨୪ ର ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଏବେ ବାର୍ବାଡୋସରେ ପହଞ୍ଚିଛନ୍ତି । ଆସନ୍ତା କାଲି ଅର୍ଥାତ ଜୁନ ୨୯ ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ମୁକାବିଲା ଖେଳାଯିବ । ଭାରତୀୟ ଦଳ ପାଇଁ ଗତ କିଛି ଦିନ ହେବ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ଦଳ ଗତ ସପ୍ତାହେ ଭିତରେ ୪ଟି ମ୍ୟାଚ ଖେଳି ସାରିଲାଣି । ଆଉ ସବୁ ମ୍ୟାଚ ଜିତିଛି ରୋହିତ ବାହିନୀ । ଗତକାଲି ଭାରତ ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ହରାଇ ୧୦ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି ।
ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି । ଟାଇଟଲଠୁ ଭାରତ ମାତ୍ର ଗୋଟଇଏ ପାଦ ଦୂରରେ ରହିଛି । ଦଳ ଅପରାଜୟ ରହି ଫାଇନାଲରେ ପହଞ୍ଚିଛି । ୨୦୦୭ ପ୍ରଥମ ସଂସ୍କରଣ ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦ୍ୱିତୀୟ ଟି -୨୦ ଟ୍ରଫି ଜିତିବାକୁ ଉତତ୍ସକ । ସେମିତିରେ ଭାରତ ଶେଷ ଥର ୨୦୧୩ ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।
ତେବେ ଆସନ୍ତା କାଲି ବାର୍ବାଡୋସରେ ବର୍ଷା ହେବାର ୭୮ପ୍ରତିଶତ ସମ୍ଭାବନା ରହିଛି । କିନ୍ତୁ ଫ୍ଧବନାଲ ପାଇଁ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି । ବର୍ଷା ଯୋଗୁଁ ଜୁନ ୨୯ ରେ ମ୍ୟାଚ ସଂପୂର୍ଣ୍ଣ ନ ହେଲେ ୩୦ ତାରିଖରେ ରିଜର୍ଭ ଡେରେ ଅବଶିଷ୍ଟ ମ୍ୟାଚ ଖେଳାଯିବ ।ଯଦି ରିଜର୍ଭ ଡେରେ ଖେଳ ନ ହୁଏ ତେବେ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଯୁଗ୍ମ ବିଜେତା ଘୋଷିତ କରାଯାବ ।

Related posts

ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର

ପଂଜାବ ବିରୋଧରେ ପ୍ରତିଶୋଧ ନେବା ଲକ୍ଷରେ ମୁମ୍ବାଇ

Odisha Sports Bureau

କୋଲକାତା ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟର 5ଟି ପ୍ରମୁଖ କାରଣ

Odisha Sports Bureau