Cricket

ବିଶ୍ୱକପର ଆଜି ହେଉଛି ଅନ୍ତିମ ଦିନ; ମୁହାଁମୁହିଁ ହେବେ ଭାରତ କୁ ଦକ୍ଷିଣ ଆଫିକା

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପ ଫାଇନାଲ ଫାଇଟ । ନବମ ସଂସ୍କରଣ ପାଇଁ ସନ୍ଧ୍ୟାରେ ହେବ ଲଢେଇ । ଟାଇଟଲ ଲକ୍ଷରେ ମୁହାଁମୁହିଁ ହେବେ ଭାରତ କୁ ଦକ୍ଷିଣ ଆଫିକା । ବାରବାଡୋସରେ ବିଜୟ ଲକ୍ଷରେ ଦୁଇ ଦଳ ।
୨୮ ଦିନ ଧରି ଲାଗିରହିଥିବା ବିଶ୍ୱକପର ଆଜି ହେଉଛି ଅନ୍ତିମ ଦିନ । ତେବେ ଭାରତ ଫାଇନାଲରେ ପହଞ୍ଚିବାରୁ କ୍ରିକେଟ ପ୍ରାମୀଙ୍କ ଉତ୍ସାହ କହିଲେନସରେ । ସେପଟେ ଦକ୍ଷିଣ ଆଫିକା ପ୍ରଥମ କରି ଏହି ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି ।ତେଣୁ ସମଗ୍ର ବିଶ୍ୱର ନଜର ଏବେ ଫାଇନାଲ ମୁକାବିଲା ଉପରେ । ୧୦ ବର୍ଷ ପରେ ଭାରତ ଟି -୨୦ ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି । ପୂର୍ବରୁ ୨୦୧୪ରେ ଦଳ ଫାଇନାଲ ଖେଳିଥିଲା ଏବଂ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା । କିନ୍ତୁ ଏଥର ଦକ୍ଷିଣ ଆଫ୍ରିକାକୁ ହରାଇଲେ ୧୭ ବର୍ଷର ଅପେକ୍ଷାରେ ପଡିବ ପୂର୍ଣ୍ଣଛେଦ । ୨୦୦୭ ରେ ଟି-୨୦ ବିଶ୍ୱକପ ପ୍ରଥମ ସଂସ୍କରଣ ଖେଳାଯାଇଥଲା । ତେବେ ତାହାରଆୟୋଜକ ଥିଲା ଦକ୍ଷିଣ ଆଫ୍ରିକା । ଏଥିରେ ଭାରତ୍ୀୟ ଦଳ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା । ସେହିପରି ୨୦୧୬ ଓ ୨୦୨୧ରେ ଭାରତ ବିଶ୍ୱକପ ଆୟୋଜନ କରିଥିଲେ ମଧ୍ୟ ଦଳ ୨୦୧୬ରେ ସେମି ଫାଇନାଲରେ ପରାଜିତ ହୋଇଥିଲା ।୨୦୨୧ ସଂସ୍କରଣରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତୀୟ ଦଳ ।
ତେବେ ଆଜି ଫାଇନାଲରେ ଉଭୟ ଦଳ ପରସ୍ୱରକୁ ପ୍ରଥମ କରି ଭେଟିବେ । ପୂର୍ବରୁ ୨୦୧୪ ଟି –୨୦ ବିଶ୍ୱକପ ସେମି ଫାଇନାଲରେ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ । ଭାରତ ଉକ୍ତ ମ୍ୟାଚକୁ ୬ ୱିକେଟରେ ଜିତିଥିଲା । ବିରାଟ କୋହଲି ଖେଳିଥିଲେ ଅପରାଜିତ ୭୨ ରନରେ ମ୍ୟାଚ ବିଜୟୀ ଇନିଂସ । ଏଥର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଶତ ପ୍ରତିଶତ ବିଜୟ ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଦକ୍ଷିଣ ଆଫ୍ରିକା କ୍ରମାନ୍ୱୟରେ ୮ ଟି ମ୍ୟାଚ ଜିତିଛି । ସେହିପରି ଭାରତ ୭ ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ଆସନ୍ତା କାଲି ବିଜୟ ସହ ଇତିହାସ ରଚିବାକୁ ଆଶାବାଦି ରହିଛି । ଏପଟେ ରୋହିତ ବାହିନ ଟ୍ରଫି ଉଠାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

Related posts

ଟି୨୦ ବିଶ୍ୱକପ୍ ୨୦୨୬: ୭ ଉଇକେଟରେ ଭାରତର ୧୭୫ ରନ୍, ପାକିସ୍ତାନକୁ ବଡ଼ ଲକ୍ଷ

Odisha Sports Bureau

ପ୍ରଥମ ଇନିଂସରେ ଭାରତ ୧୮୯ ରନରେ ଅଲଆଉଟ୍

Odisha Sports Bureau

ବଡ଼ ଘୋଷଣା! ବିଜୟ ହଜାରେ ଟ୍ରଫିରେ ପୁଣି ଥରେ ଆକ୍ସନକୁ ଫେରିବେ ବିରାଟ କୋହଲି, ଏହି ତାରିଖରେ ହେବ ମ୍ୟାଚ୍

Odisha Sports Bureau