Cricket

ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ

ମୁମ୍ବାଇ : ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ | ବଲିଉଡର ବାଦଶାହ ଶାହରୁଖ ଖାନ ଏବେ ତାଙ୍କ ଚଳଚ୍ଚିତ୍ର ‘ଯବାନ’ର ସଫଳତାକୁ  ଉତ୍ସାହ ଅଛନ୍ତି | ଏହି ବର୍ଷ ତାଙ୍କର ଦୁଇଟି ଚଳଚ୍ଚିତ୍ର ଯବାନ, ପଠାନ , ସୁପର-ଡୁପର ହିଟ୍ ବୋଲି ପ୍ରମାଣିତ ହୋଇଛି। ଫିଲ୍ମ ଭଲ ବ୍ୟବସାୟ କରିବା ପରେ ଶାହରୁଖ ନିଜ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଯୋଡି ହେଉଥିବା ଦେଖିବାକୁ ମିଳିଛି। ଏମଧ୍ୟରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହରୁଖ କିଛି ଏଭଳି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏକ୍ସ(ଟ୍ବିଟର)ରେ ଆସ୍କଏସଆରକେ ସେସନ ସମୟରେ ଶାହରୁଖ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାକୁ ଆସିଛନ୍ତି। ଏହି ସେସନ ସମୟରେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ‘ବିରାଟ କୋହଲିଙ୍କ ବିଷୟରେ କିଛି କୁହ। ପ୍ରତିଦିନ ଆମେ ପ୍ରଶଂସକଙ୍କ ମଧ୍ୟରେ ଝଗଡା ଦେଖିବାକୁ ପାଇଥାଉ। ‘ଯବାନ’ ଶୈଳୀରେ ବିରାଟଙ୍କ ବିଷୟରେ କିଛି କୁହନ୍ତୁ। ଏହାର ଜବାବ ଦେଇ ଶାହାରୁଖ କହିଥିଲେ, ‘ମୁଁ ବିରାଟ କୋହଲିଙ୍କୁ ବହୁତ ଭଲ ପାଏ। ସେ ମୋର। ମୁଁ ତାଙ୍କ ମଙ୍ଗଳ ପାଇଁ ସର୍ବଦା ପ୍ରାର୍ଥନା କରେ। ସେ ଆମ ପାଇଁ ଜ୍ବାଇଁ ପରି।’ ଶାହରୁଖଙ୍କ ଏଭଳି ଜବାବ ଏବେ ଭାଇରାଲ ହେବାରେ ଲାଗିଛି।

Related posts

ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି ସନରାଇଜସୀ ହାଇଦ୍ରାବାଦ

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

Odisha Sports Bureau

ଶାରୀରିକ ଭିନ୍ନକ୍ଷମ ଟି -୨୦ୱାର୍ଲ୍ଡ ସିରିଜରେ ଭାରତ ଚମ୍ପିୟନ

Odisha Sports Bureau