Cricket

ବଦଲା ସହ ଫାଇନାଲରେ ଭାରତ

ମୁମ୍ବାଇ : ଦୀର୍ଘ ୧୨ ବର୍ଷ ହେଲା ରହିଥିବା ଅପେକ୍ଷାରେ ଅନ୍ତ ହେଲା । ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଅପରାଜେୟ ଭାରତ । ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ମହମ୍ମଦ ଶାମିଙ୍କ ଘାତକ ୭ ୱିକେଟ ବଳରେ ଭାରତ ରଚିଛି ଇତିହାସ । କ୍ରମାଗତ ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ରବିବାର ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ୨୦୧୫ ଓ ୨୦୧୯ ସେମି ଫାଇନାଲରେ ଦଳ ବିଦାୟ ନେଇଥିଲା । ଅନେକଙ୍କ ସ୍ୱପ୍ନ ଧୂଳି ସାତ ହୋଇଥିଲା ହେଲେ ୨୦୨୩ରେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଫାଇନାଲ ଟିକେଟ ହାତେଇଛି । ଭାରତୀୟ ଟିମ ୭୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା । ଜବାବରେ ୪୮.୫ ଓଭରରେ ନ୍ୟୁଜିଲାଣ୍ଡ ୩୨୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ବ୍ୟାଟିଂରେ କୋହଲି ଓ ଶ୍ରେୟସ ଆୟର ଶତକ ହାସଲ କରିଥିଲେ । ବୋଲିଂରେ ମହମ୍ମଦ ଶାମି ୭ ୱିକେଟ ନେଇ ରେକର୍ଡ କରିଛନ୍ତି । ବିଶ୍ୱକପରେ ସର୍ବାଧିକ ୫ ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୩ ଥର ୫ ୱିକେଟ ନେଇଥିଲେ । ଏବେ ଶାମି ୪ ଥର ୫ କିମ୍ବା ତା ଠାରୁ ଅଧିକ ୱିକେଟ ନେଇ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଅ ।ଜି ରେକର୍ଡ ଶତକରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ । ତାଙ୍କ ଇନିଂସକୁ କିନ୍ତୁ ଘାତକ ବୋଲିଂ ଶାମି ଫିକା ପକାଇ ଦେଇଛନ୍ତି । ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି । ୩୯୮ ରନ୍ ଜବାବରେ ଇନିଂସ ଅ।ରମ୍ଭରୁ ଡେଭନ କନେ(୧୩) ଓ ରଚିନ ରବୀନ୍ଦ୍ର(୧୩)ଙ୍କ ୱିକେଟ ଶାମି ନେଇଥିଲେ ଟମ ଲାଥମ(୦) ମଧ୍ୟ ଶାମିଙ୍କ ଶିକାର ବନିଥିଲେ । ପରେ ଡାରେଲ ମିଚେଲ ଓ କେନ ୱିଲିୟମସନ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇବାକୁ ବସିଥିଲେ । ଉଭୟ ତୃତୀୟ ୱିକେଟ ପାଇଁ ୧୮୧ ରନ ଯୋଡ଼ିଥିଲେ । କିନ୍ତୁ ଏହି ଯୋଡ଼ିକୁ ଶାମି ଭାଙ୍ଗି ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ ସେ କେନ ୱିଲିୟମସନଙ୍କୁ ଅ।ଉଟ କରିଥିଲେ । ମିଚେଲ ୧୧୯ ବଲରେ ୧୩୪ ରନର ଇନିଂସ ଖେଳି ଭାରତ ମୁଠାରୁ ମ୍ୟାଚ୍ ଛଡ଼ାଇ ଅ।ଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ କେନ ୱିଲିୟମସନ ମଧ୍ୟ ୬୯ ରନ ଇନିଂସ ଖେଳିଥିଲେ । ହେଲେ ଉଭୟଙ୍କୁ ଶାମି ଅ ।ଉଟ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ କ୍ିୱି ଟିମ ରଖିଥିବା ଲକ୍ଷ୍ୟରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ମିଚେଲ ଓ ୱିଲିୟମସନଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ମଧ୍ୟ କିଛି ସମୟ ପାଇଁ ଲଢ଼େଇ କରିଥିଲେ । କିନ୍ତୁ ଫିଲିପ୍ସ(୪୧)ଙ୍କ ୱିକେଟ ଯଶପ୍ରୀତ ବୁମରାଙ୍କ ଖାତାକୁ ଯାଇଛି । ମାର୍କ ଚାପମାନ (୨)ଙ୍କ ୱିକେଟ କୁଲଦୀପ ଯାଦବ ନେଇଛନ୍ତି ।
ଶେଷ ଭାଗରେ ଟିମ ସାଉଦି ଓ ମିଚେଲ ସାଣ୍ଟନର ଦଳକୁ ବିଜୟର ନିକଟବର୍ତ୍ତୀ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ସମ୍ଭବ ପର ହୋଇ ନଥିଲା ୪୮ମ ଓଭର ବୋଲିଂ କରୁଥିବା ସିରଜା ୯ ରନ କରିଥିବା ସାଣ୍ଟନରଙ୍କୁ ଅ ।ଉଟ କରି ଭାରତକୁ ୮ମ ସଫଳତା ଦେଇଥିଲେ ଟିମ ସାଉଦି(୯)ଙ୍କୁ ଶାମି ଅ ।ଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ । ଏଥିସହ ଦ୍ୱିତୀୟ ଭାରତୀୟ ଭାବେ ବିଶ୍କପରେ ୬ ୱିକେଟ ଦଖଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ । ପୂର୍ବରୁ ୨୦୦୩ ବିଶ୍ୱକପରେ ଅ।ଶିଷ ନେହରା ଇଂଲଣ୍ଡ ବିପକ୍ଷରେ ସେ ୬ ୱିକେଟ ଦଖଲ କରିଥିଲେ ।ତେବେ ଶାମି ଏତିକିରେ ଅଟକି ନଥିଲେ ସେ ଲକି ଫର୍ଗୁସନ(୬)ଙ୍କୁ ଅ।ଉଟି ନିଜର ୭ମ ୱିକେଟ ନେଇଥିଲେ ଶାମି ୯.୫ ଓଭର୍ରେ ୫୭ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି । ଚଳିତ ବିଶ୍ୱକପରେ ଶାମିଙ୍କ ୱିକେଟ ସଂଖ୍ୟା ୨୩ରେ ପହଞ୍ଚି ଯାଇଛି । ଏହି କ୍ରମରେ ଭାରତର ବିଶ୍ୱକପ ଫାଇନାଲକୁ ନିଜ ନାଁରେ ବୁକ କରିସାରିଛି ଭାରତ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ବିସ୍ଫୋରକ ଅ ।ରମ୍ଭ କରିଥିଲେ । ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା । ସେ ୨୯ ବଲରେ ୪୭ ରନ କରି ଅ ।ଉଟ ହୋଇଥିଲେ । ଏହାପରେ ବିରାଟ କୋହଲି ଓ ଗିଲ୍ ସ୍ଥିତି ସମ୍ଭାଳିଥିଲେ । ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଗିଲ ନିଜର ଶତକ ଅ ।ଡ଼କୁ ମଧ୍ୟ ଯାଉଥିଲେ । କିନ୍ତୁ ମାଂସପେଶୀ ଜନିତ ସମସ୍ୟା ଯୋଗୁ ତାଙ୍କୁ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା । ପରେ ଶ୍ରେୟସ ଅ।ୟର ବିରାଟଙ୍କ ସହ ମିଶି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଅ ।ଗକୁ ନେଇଥିଲେ । ହେଲେ ବିରାଟ ଓ ଅ ।ୟର ନ୍ୟୁଜିଲ୍ୟାଣ୍ଡକୁ ଅ ।ଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇନଥିଲେ । ବିରାଟ ମଧ୍ୟ ନିଜ ଦିନିକିଅ । କ୍ୟାରିୟରର ୫୦ତମ ଶତକ ହାସଲ କରିଥିଲେ । ଶତକ ହାସଲ କରିବା ପରେ ସେ ବଡ଼ ଶଟ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ୧୧୭ ରନ କରି ସେ ଅ ।ଉଟ ହୋଇଯାଇଥିଲେ । ବିରାଟ ୧୧୩ ବଲରେ ୧୧୭ ରନର ଇନିଂସ ଖେଳିଛନ୍ତ । ଏହି ଇନିଂସରେ ୯ଟି ଚୌକା ଓ ୨ଟି ଛକା ମାରିଛନ୍ତି । ଶ୍ରେୟସ ଅ ।ୟର ଓ କେଏଲ ରାହୁଲ ଭାରତର କମାଣ ସମ୍ଭାଳିଥିଲେ । ଉଭୟ କେବଳ ୱିକେଟ ରଖି ନଥିଲେ ବରଂ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଥିଲେ । ଅ।ୟର କ୍ରମାଗତ ଦ୍ୱିତୀୟ ଏଚ୍ଛଳ ହାସଲ କରିଥିଲେ । ସେ ୧୦୫ ରନ୍ କରି ଆଉଟ୍ ହୋଇଥିଲେ । ରାହୁଲ ୩୯ ରନ୍ କରି ଅପରାଜିତ ରହିଥିଲେ । ଗିଲ୍ ୮୦ ରନ୍ କରି ଅପରଜିତ ଥିଲେ ।

Related posts

ବିସିଆଇ ଇଛା ବିରୋଧରେ କଣ କରିଥିଲେ କାର୍ତ୍ତିକ, ଏହାପରେ କଣ କରିବାକୁ ହେଲା ତାଙ୍କୁ?

Odisha Sports Bureau

ଶୁବମନ ଗିଲ୍ କରୁଛନ୍ତି କ୍ୟାଚିଂ ଅଭ୍ୟାସ

Odisha Sports Bureau

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ଶିଖର ଧାୱନଙ୍କ ଓପନିଂ ପାର୍ଟନର ହେବ?

Leave a Comment