Football

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-କତର ମୁକାବିଲା

ଭୁବନେଶ୍ୱର : କମ୍ପିବ କଳିଙ୍ଗ ଷ୍ଟାଡିୟମ୍। ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-କତାର | ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଓ କତାର ମଧ୍ୟରେ ବିଶ୍ବକପ୍ ୨୦୨୬ ଓ ଏଏଫସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳାଯିବ। ଏହି ମ୍ୟାଚଟି ଭାରତ ଲାଗି ଖୁବ ଗୁରୁତ୍ବପୂର୍ଣ୍ଣ। ବିଶ୍ବ ମାନ୍ୟତାରେ ୯୯ତମ ସ୍ଥାନରେ ଥିବା ଭାରତ କେବେ ବି ବିଶ୍ବକପ୍‌ ଖେଳି ନଥିବା ବେଳେ ୨୦୨୬ରେ ଖେଳିବାକୁ ଲକ୍ଷ୍ୟ ରଖିଛି। ହେଲେ ଏହି ଲକ୍ଷ୍ୟ ସହଜ ନୁହେଁ।

ରାଉଣ୍ଡ-୨ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ତୃତୀୟ ରାଉଣ୍ଡରେ ପହଞ୍ଚିବାକୁ ପଡ଼ିବ। ଏଥିରେ ସଫଳ ହେଲେ ବିଶ୍ବକପ୍‌ ଟିକେଟ୍‌ ହାତେଇବ। ରାଉଣ୍ଡ-୨ରେ ଭାରତର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚ୍‌ରେ ଏହି ଦଳ କୁଏତକୁ ୧-୦ ଗୋଲ୍‌ରେ ହରାଇ ଦେଇଛି। ସୁନୀଲ ଛେତ୍ରିଙ୍କ ନେତୃତ୍ବରେ କଳିଙ୍ଗରେ କମାଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ବିଜୟ ଅଭିଯାନ ଜାରି ରଖିବାକୁ ରଣନୀତି କରିଛି ।

୪ ବର୍ଷ ପୂର୍ବେ ଏସୀୟ ଚାମ୍ପିଅନ୍‌ସିପ୍‌ରେ କତର ସହ ଭାରତ ଗୋଲ୍‌ଶୂନ୍ୟ ଅମୀମାଂସିତ ରଖିଥିଲା। ସେତେବେଳେ ୨୦୧୯ ଆରମ୍ଭରୁ ଏସିଆ କପ୍‌ ଜିତି ଫର୍ମରେ ଥିଲା କତର। ସେହି ପ୍ରଦର୍ଶନ ଘରୋଇ ଦର୍ଶକଙ୍କ ସମ୍ମୁଖ‌ରେ ‌ଦେବାକୁ ଭାରତ ଆଶା ରଖିଛି। କୁଏତ ବିପକ୍ଷ ମ୍ୟାଚ୍‌ରେ ଖେଳି ନଥିବା ଭାରତ ଅଧିନାୟକ ଛେତ୍ରୀ ମଙ୍ଗଳବାର କଳିଙ୍ଗରେ ନିଜର ଦମ୍‌ଦାର ପ୍ରଦର୍ଶନ ଦେଖାଇବାକୁ ଚାହି ରହିଛନ୍ତି।

Related posts

ମେସିଙ୍କ ସମ୍ପତ୍ତି ତୁଳନାରେ ୭ ଧନୀ ଭାରତୀୟ କ୍ରିକେଟରଙ୍କ ମିଳିତ ରୋଜଗାର ଫିକା

Odisha Sports Bureau

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

Odisha Sports Bureau

ମେସି କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସଂକ୍ରମଣ ହେବାର ଆଶଙ୍କା ତ ସବୁଠାରେ ରହିଛି