Cricket

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଆକାଶ ଦୀପ

ଚାଲିଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ । ଏଥିରେ ୨ଟି ମ୍ୟାଚ ଶେଷ ହୋଇଯାଇଥିବା ବେଳେ ଆସନ୍ତା ୧୫ ତାରିଖରୁ ଖେଳାଯିବ ତୃତୀୟ ମ୍ୟାଚ୍ । ରାଜକୋଟରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ବର୍ତ୍ତମାନ ଉଭୟ ଦଳ ୧-୧ରେ ରହିଛନ୍ତି । ତେବେ ଆଗାମୀ ତିନୋଟି ଟେଷ୍ଟ ଲାଗି ଭାରତୀୟ ଦଳ ଚୟନ ହୋଇଥିବା ବେଳେ ଏଥିରେ ନୂଆ ଚେହେରା ଦେଖିବାକୁ ମିଳିବ । ହେବାକୁ ଥିବା ୩ଟି ମ୍ୟାଚରେ ଆକଶ ଦୀପଙ୍କୁ ଦଳରେ ସାମିଲ କରାଯାଇଛି । ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି ଆକାଶୀ ଦୀପ । ଏହାବ୍ୟବତୀ ସେ ବଙ୍ଗଳା ଦଳର ପ୍ରତିନିଧିତ୍ୱ କରିସାରିଛନ୍ତି । ରେକର୍ଡ ଅନୁସାରେ ୨୯ଟି ପାଷ୍ଟ କ୍ଲାସ୍ କ୍ରିକେଟ୍ ମ୍ୟାଚ୍ ଖେଳି ୩.୦୪ ଇକୋନୋମିରେ ରନ୍ ଦେଇଛନ୍ତି। ଯେଉଁଥିରେ ୧୦୩ ଓ୍ୱିକେଟ୍ ଶିକାର କରିଛନ୍ତି । ଏହି ଯୁବ ଖେଳାଳି ୪ଥର ୫ଟି ୱିକେଟ ନବାର ରେକର୍ଡ ତାଙ୍କ ନାମରେ କରିଛନ୍ତି । ଏହାସହିତ ଗୋଟିଏ ଥର ୧୦ଟି ଓ୍ୱିକେଟ୍ ନେବାର କାରନାମା ମଧ୍ୟ କରିଛନ୍ତି । ଆକାଶୀ ଦିପ ଲିଷ୍ଟ-ଏ ମ୍ୟାଚ୍ରେ ୨୪.୫୦ ଆଭରେଜ୍ରେ ୪୨ଟି ଓ୍ୱିକେଟ୍ ନେଇଛନ୍ତି । ଏହାବ୍ୟତୀତ ୪୧ଟି ଟି-୨୦ ମ୍ୟାଚ୍ ଖେଳି ୭.୫୨ ଇକୋନୋମିରେ ରନ୍ ଦେଇଥିବା କୁହାଯାଉଛି।

Related posts

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି

ନିଜକୁ ଗୁଳି କରି କରିଛନ୍ତି ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ

Odisha Sports Bureau

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

Odisha Sports Bureau