Cricket

ଭାରତ ଓ ପାକିସ୍ତାନ ମ୍ୟାଚ୍ର ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା

ଆସନ୍ତା ଜୁନ ମାସରେ ଖେଳା ଯିବ ଟି -୨୦ ବିଶ୍ୱକପ । ଚଳିତ ବର୍ଷ ଏହି ଟି- ୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଖେଳାଯିବ ବୋଲି ଧାର୍ଯ୍ୟ କରାଯାଇଛି । ସବୁ ଥର ପରି ଏଥର ମଧ୍ୟ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମି ।ତେବେ ଭାରତ ଜୁନ ୫ ତାରିଖରେ ପ୍ରଥମ ମ୍ୟାଚ୍ ଆୟରଲାଣ୍ଡ ସହ ଖେଳୁ ଥିବା ବେଳେ ୯ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ ବହୁ ପ୍ରତୀକ୍ଷିତ ମୁକାବିଲା। ଏହି ହାଇଭୋଲଟେଜ୍ ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ ବୋଲି କୁହାଯାଉଛି । ତେବେ ଏହି ଟି-୨୦ ବିଶ୍ଵକପ୍ ପାଇଁ ଫେବୃଆରୀ ପ୍ରଥମ ସପ୍ତାହରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ସାରିଛି। ଏହି ସମୟରେ ଭାରତ ଓ ପାକିସ୍ତାନ ସମେତ ପାଖାପାଖି ସବୁ ମ୍ୟାଚ୍ର ଟିକେଟ୍ ବିକ୍ରି ହୋଇ ସାରିଛି। ମାତ୍ର ଖବର ଅନୁଯାୟୀ, ସବୁ ମ୍ୟାଚ୍ର କିଛି ଟିକେଟ୍ ରିସେଲ୍ ପ୍ଲାଟଫର୍ମରେ ପୁନର୍ବାର ବିକ୍ରି କରାଯାଉଛି। ତେବେ ଭାରତୀୟ ଦଳର ଦୁଇଟି ମ୍ୟାଚ୍ର ଟିକେଟ୍ ମୂଲ୍ୟ କୋଟିଏ ଟଙ୍କାରେ ପହଞ୍ଚିଲାଣି ବୋଲି କୁହାଯାଉଛି । କିନ୍ତୁ ଏଥିରେ ଭାରତ ଓ ପାକିସ୍ତାନ ମ୍ୟାଚ୍ର ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। କୁହାଯାଉଛି ଯେ ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ବିକ୍ରି ସମୟରେ ସବୁଠୁ କମ ମୂଲ୍ୟ ୪୯୭ ଟଙ୍କା ରହିଥିବା ବେଳେ ସର୍ବାଧିକ ମୂଲ୍ୟ ୩୩ ହଜାର ୧୪୮ ଟଙ୍କା ରଖା ଯାଇଥିଲା। କିନ୍ତୁ ରିସେଲ୍ ପ୍ଲାଟଫର୍ମରେ ଭିଆଇଟି ଟିକେଟର ମୂଲ୍ୟ ପ୍ରାୟ ୩୩ ଲକ୍ଷ ୧୫ ହଜାର ଟଙ୍କା ରଖାଯାଇଛି। ସେହିପରି ଭାରତ-ପାକିସ୍ତାନ ମ୍ୟାଚ୍ର ସବୁଠୁ ଶସ୍ତା ଟିକେଟର ମୂଲ୍ୟ ହେଉଛି ଏକ ଲକ୍ଷ ୪ ହଜାର ଟଙ୍କା ହୋଇଥିବା ବେଳେ ସବୁଠୁ ମହଙ୍ଗା ଟିକେଟ୍ର ଦାମ ହେଉଛି ଏକ କୋଟି ୮୬ ଲକ୍ଷ ଟଙ୍କା ରହିଛି। ଏଥିରେ ପ୍ଲାଟଫର୍ମର ଫି ମଧ୍ୟ ସାମିଲ୍ରହିଥିବା କୁହାଯାଉଛି ।

Related posts

୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସା

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା

ବିଶ୍ୱକପ ପରେ ଦିନିକିଆରୁ ଅବସର ନେବେ ଗେଲ

Odisha Sports Bureau