Cricket

ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ

ମୁମ୍ବାଇ: ଆଇପିଏଲରୁ ଅବସର ନେଲେ ଦିନେଶ କାର୍ତ୍ତିକ । ଏବେ ଟି-୨୦ ବିଶ୍ୱକପରେ ମିଳିଲା ତାଙ୍କୁ ଗୁରୁ ଦାୟିତ୍ୱ । ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ । ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଭାଷ୍ୟକାରମାନଙ୍କର ଏକ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାମିଲ ଅଛନ୍ତି ଦିନେଶ କାର୍ତ୍ତିକ ।
ସୂଚନା ଅନୁଯାୟୀ,୪୦ ସଦସ୍ୟ ବିଶିଷ୍ଟ ଏହି ଭାଷ୍ୟକାରଙ୍କ ପ୍ୟାନେଲରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି । କାର୍ତ୍ତିକ ଚଳିତ ବର୍ଷ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ତେବେ ଆସନ୍ତା ବର୍ଷ ସେ ଆଇପିଏଲ ଖେଳିବେ ନାହିଁ । ରାଜସ୍ଥାନ ରୟାଲ ବିପକ୍ଷ ଏଲିମିନେଟର ମ୍ୟାଚରେ ସେ ଆଇପିଏଲରୁ ବିଦାୟ ନେଇଛନ୍ତି । ବିଶ୍ୱକପର ଏହି ଭାଷ୍ୟକାର ତାଲିକାରେ ତାଙ୍କ ସହ ଭାରତରୁ ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କରଙ୍କୁ ସ୍ଥାନ ମିଳିଥିବା କୁହାଯାଉଛି ।

Related posts

ଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଅଷ୍ଟମ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଚମ୍ପିଆନ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau

ବିଶ୍ୱକପ ବିଜେତାଙ୍କ କ୍ରିକେଟରୁ ସନ୍ନ୍ୟାସ

Odisha Sports Bureau