Cricket

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଭିଡିଓ ଭାଇରାଲ୍

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏହି ଭେଟେରାନ୍ କ୍ରିକେଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଚାଲିବାରେ ଅସୁବିଧା ଭୋଗୁଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି, ସେ ଚାଲିବା ପାଇଁ ପ୍ରଥମେ ପାର୍କିଂ ବାଇକ୍ ସାହାଯ୍ୟ ନେଉଛନ୍ତି । ତେବେ ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଦେଖି ତାଙ୍କୁ ସାହାଯ୍ୟ କରନ୍ତି ।

 

View this post on Instagram

 

A post shared by Narendra Gupta (@narendra.g333)

ଏହି ଭିଡିଓକୁ ନରେନ୍ଦ୍ର ଗୁପ୍ତା ନାମକ ଜଣେ ୟୁଜର ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲନାହିଁ । ଗତ କିଛି ବର୍ଷ ଧରି କାମ୍ବଲି, ସ୍ୱାସ୍ଥ୍ୟ ସମସ୍ୟା ଓ ବ୍ୟକ୍ତିଗତ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ହାର୍ଟ ସମସ୍ୟା ଓ ଡିପ୍ରେସନ ନେଇ ସେ ଏକାଧିକବାର ହସପିଟାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି । ଜଣେ ପୋଲିସ ଅଫିସର ତାଙ୍କୁ ହସ୍ପିଟାଲ ନେଇଛନ୍ତି ।

୧୭ ଟି ଟେଷ୍ଟ ଏବଂ ୧୦୪ ଟି ODI ମ୍ୟାଚରେ କାମ୍ବଲି ଭାରତୀୟ ଦଳର ଏକ ଅଂଶ ଥିଲେ ଜ୍ଝ ୨୦୧୩ରେ ହୃଦଘାତରେ ପୀଡିତ ହୋଇଥିଲେ କାମ୍ବଲି। ୨୦୧୨ରେ କାମ୍ବଲିଙ୍କର ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା ମଧ୍ୟ ହୋଇଛି ।

ମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଲ ବନ୍ଧୁ ହେଉଛନ୍ତି ବିନୋଦ କାମ୍ବଲି । ମାତ୍ର କାମ୍ୱଲି ଆର୍ଥିକ ସଂଘର୍ଷ ସମୟରେ ମହାନ ବ୍ୟାଟର ସଚିନଙ୍କୁ ସମାଲୋଚନା କରିବା ପରେ ଉଭୟ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା ବୋଲି କୁହାଯାଏ । ତେବେ କାମ୍ବଲି ନିଜର ମିଛ ଅଭିଯୋଗ ପାଇଁ କ୍ଷମା ମାଗିବା ପରେ ବିବାଦର ଅନ୍ତ ହୋଇଥିଲା ।

Related posts

ପ୍ଲେଅଫ ପାଇଁ ପହଞ୍ଚିଲେ ୪ଟି ଟିମ

ଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲ

Odisha Sports Bureau

ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୭ ୱିକେଟ୍‌ରେ ବିଜୟୀ ହେଲା ଭାରତ

Odisha Sports Bureau