Javelin Throw

ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍ ହୋଇଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ। ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ପ୍ୟାରିସ ଅଲମ୍ପିକ୍ସରେ ସେ ଗୋଲ୍ଡ ମେଡାଲ ଜିତିବେ ବୋଲି ଆଶା କରାଯାଉଛି। ତାଙ୍କ ପରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୬.୫୯ ଦୂରତାକୁ ଜାଭେଲିନ ପକାଇଛନ୍ତି। ନୀରଜଙ୍କ ଭଳି ନଦୀମ ମଧ୍ୟ ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଛନ୍ତି।

ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ସେ ଚଳିତ ଅଲିମ୍ପିକ୍ସରେ ୯୦ ମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରରେ ବର୍ତ୍ତମାନ ନୀରଜ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୀରଜଙ୍କ ଜାଭେଲିନ ଥ୍ରୋ ଫାଇନାଲ ଆସନ୍ତା ୮ ତାରିଖରେ ହେବ।

Related posts

ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ ବ୍ରୋଞ୍ଜ

Odisha Sports Bureau

ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ କିଶୋର, ସ୍ୱର୍ଣ୍ଣ ଜିତିଲେ ନୀରୋଜ

Odisha Sports Bureau

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା