Wrestling

ଭିନେଶଙ୍କ ପାଇଁ ଭାବପ୍ରବଣ ହେଲେ ଭଉଣୀ ବବିତା ଫୋଗଟ

ପ୍ୟାରିସ୍‌ ଅଲିମ୍ପିକ୍ସରୁ ମହିଳା ରେସଲର ଭିନେଶ ଫୋଗଟ ବାଦ୍‌ ପଡ଼ିବା ପରେ କୋଟି କୋଟି ଭାରତୀୟଙ୍କ ସ୍ବର୍ଣ୍ଣପଦକ ସ୍ବପ୍ନ ମଉଳି ଯାଇଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ବଢ଼ିଯିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ ସମସ୍ତ କୁସ୍ତିଯୋଦ୍ଧା ତାଙ୍କ ସମର୍ଥନରେ ବାହାରିଛନ୍ତି। ଏହି ସମୟରେ ରେସଲର ଭଉଣୀ ବବିତା ଫୋଗଟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ଫାଇନାଲ ପୂର୍ବରୁ ଭିନେଶଙ୍କୁ ବହିଷ୍କାର କରିବା ପରେ ବବିତା କହିଛନ୍ତି, ‘ଭଉଣୀ ଭିନେଶ ଫୋଗଟ, ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ହେଉଛି ଅଲିମ୍ପିକ୍ସରେ ପଦକ ଜିତିବା। ଫାଇନାଲରେ ତୁମର ଅଯୋଗ୍ୟତା ଫୋଗଟ ପରିବାର ତଥା ଦେଶ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଏହା ନିରାଶାଜନକ ଖବର ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କିନ୍ତୁ ତୁମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ତୁମେ ଜଣେ ଶକ୍ତିଶାଳୀ ଏବଂ ହାର୍‌ ନ ମାନିବା ଝିଅ।। ତୁମେ ଏପର୍ଯ୍ୟନ୍ତ ବହୁତ ଭଲ ପ୍ରଦର୍ଶନ କରିଛ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। ସମଗ୍ର ଦେଶ ତୁମ ସହ ଅଛି। ଜୟ୍‌ ହିନ୍ଦ୍‌।’

ସେହିପରି ରେସଲର ବଜରଙ୍ଗ ପୁନିଆ ଭିନେଶଙ୍କ ଅଯୋଗ୍ୟତାକୁ ନେଇ କହିଛନ୍ତି, ‘ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଦୁନିଆର ପ୍ରତ୍ୟେକ ମହିଳାଙ୍କ ପାଇଁ ଏହି ପଦକଟି ବ୍ୟକ୍ତିଗତ ପଦକ ପରି ମନେ ହେଉଥିଲା। ମୁଁ ଆଶା କରୁଛି, ବିଶ୍ୱର ସମସ୍ତ ମହିଳାଙ୍କ ସ୍ବର ଶୁଣାଯାଉ। ଅଲିମ୍ପିକ୍ସରେ ଖେଳୁଥିବା ଦୁନିଆର ସମସ୍ତ ମହିଳା କୁସ୍ତି ଭିନେଶଙ୍କ ସହ ଏକଜୁଟ୍‌ ହୁଅନ୍ତୁ।

Related posts

ମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାର

Odisha Sports Bureau

ଜାତୀୟ ଭାରୋତ୍ତୋଳନ ଶିବିର ଦୁଇ ମାସ ମୁମ୍ବାଇକୁ ସ୍ଥାନାନ୍ତର

Odisha Sports Bureau

ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କଲା ଭାରତୀୟ କୁସ୍ତି ମହାସଂଘ